ଆଜିଠୁ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

ନୂଆଦିଲ୍ଲୀ: ଲିକୁଇଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ ବା ରନ୍ଧନ ଗ୍ୟାସ୍‌ର ମୂଲ୍ୟ ଶୁକ୍ରବାର ଠାରୁ ଅର୍ଥାତ୍‌ ଆଜି ଠାରୁ ବୃଦ୍ଧି ପାଇଛି। ରିହାତି ମିଳୁଥିବା ସିଲିଣ୍ଡର୍‌ ପିଛା ଟ ୨. ୩୪ ଓ ରିହାତି ମିଳୁ ନ ଥିବା ସିଲିଣ୍ଡର୍‌ ପିଛା ଟ ୪୮/- ବୃଦ୍ଧି କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବର୍ଦ୍ଧିତ ରିହାତି ସିଲିଣ୍ଡର୍‌ ଦର ଟ. ୪୯୩. ୫୫ ଏବଂ ଅଣରିହାତି ସିଲିଣ୍ଡର୍‌ର ମୂଲ୍ୟ ଟ. ୬୯୮. ୫୦।
କୋଲକତାରେ ସିଲିଣ୍ଡର୍‌ର ନୂଆ ମୂଲ୍ୟ ଟ. ୪୯୬. ୬୫ ଏବଂ ମୁମ୍ବାଇ ଏବଂ ଚେନ୍ନାଇରେ ଟ. ୪୮୧. ୮୪।

ଦେଶବ୍ୟାପୀ ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଜନିତ ଅସନ୍ତୋଷ ମଧ୍ୟରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧି ଯୋଗୁଁ ସରକାର ସମାଲୋଚନାର ସରବ୍ୟ ହେଉଛନ୍ତି।

ଶୁକ୍ରବାର ଦିନ ସରକାର ପେଟ୍ରୋଲ୍‌ର ମୂଲ୍ୟ ଓ ଡିଜେଲ୍‌ର ମୂଲ୍ୟ ଯଥା କ୍ରମେ ୭ ଓ ୫ ପଇସା କମିଛି।

ସମ୍ବନ୍ଧିତ ଖବର