ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ; ଇଣ୍ଟରନେଟ୍‌ରେ ଘୂରି ବୁଲୁଛି ଭିଡିଓ

ନୂଆଦିଲ୍ଳୀ: ଚଳିତବର୍ଷ ଜାନୁଆରି ୨୨ ତ‌ାରିଖକୁ ଲୋକେ ଅପେକ୍ଷା କରିଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବ ଉପରେ ସମସ୍ତଙ୍କ ନଜର ରହିଛି। ଲୋକମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ସେମାନଙ୍କ କାର୍ଯ୍ୟକଳାପରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ଯୁବକ ପାର୍ଲେଜି ବିସ୍କୁଟ୍‌ରେ ସୁନ୍ଦର ରାମ ମନ୍ଦିର ନିର୍ମାଣ କରୁଥିବାର ଦେଖିବାକୁ ମିଳିଚି।

ପଶ୍ଚିମବଙ୍ଗର ଦୁର୍ଗାପୁରର ଏହି ଯୁବକ ଜଣକ ଏବେ ଇଣ୍ଟର୍‌ନେଟ୍‌ରେ ଛାଇ ଯାଇଛନ୍ତି। ଛୋଟନ ଘୋଷ ନାମକ ଯୁବକ ୨୦ କିଲୋର ପାର୍ଲେଜି ବିସ୍କୁଟ୍‌ ବ୍ୟବହାର କରି ୪ ଫୁଟ୍‌ ଉଚତାର ଏକ ରାମ ମନ୍ଦର ନିର୍ମାଣ କରିଛନ୍ତି।

 

ଘୋଷ, ତାଙ୍କ ସାଙ୍ଗମାନଙ୍କ ସହିତ, ଥର୍ମୋକପଲ, ପ୍ଲାଇଉଡ୍‌, ଗ୍ଲୁ ଗନ୍‌ ଏବଂ ବିସ୍କୁଟ ବ୍ୟବହାର କରି ପ୍ରାୟ ପାଞ୍ଚ ଦିନ ମଧ୍ୟରେ ଏହି ଅନନ୍ୟ ମାଷ୍ଟରପିସ୍ ସୃଷ୍ଟି କରିଛନ୍ତି। ଆପଣ ସେମାନଙ୍କର ଏହି ସୁନ୍ଦର ସୃଷ୍ଟିକୁ ଭିଡିଓରେ ଦେଖିପାରିବେ। ତାଙ୍କ ପ୍ରତିଭାର ଯାଦୁ ଦେଖାଉଥିବା ଏହି ଭିଡିଓଟି ଏବେ ଇଣ୍ଟରନେଟରେ ବହୁଳ ମାତ୍ରାରେ ଭାଇରାଲ୍‌ ହେଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆସନ୍ତୁ ଆପଣଙ୍କୁ କହିବା ଯେ ଆଶ୍ଚର୍ଯ୍ୟଜନକ ପ୍ରତିକୃତି ସୃଷ୍ଟି କରିବାରେ ଘୋଷଙ୍କ ଏହା ପ୍ରଥମ ପ୍ରୟାସ ନୁହେଁ। ଏହାପୂର୍ବରୁ ସେ ଚନ୍ଦ୍ରଯାନ-୩ର ମଧ୍ୟ ଏକ ପ୍ରତିକୃତି ତିଆରି କରିଥିଲେ।

ସମ୍ବନ୍ଧିତ ଖବର