ଖଡ଼ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୮୧ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍‌ କରି କହିଛନ୍ତି, ‘ମଲ୍ଲିକାର୍ଜୁନ ଖଡ଼ଗେଜୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା। ଖଡ଼ଗେଙ୍କ ସୁସ୍ଥ ଏବଂ ଦୀର୍ଘାୟୁ କାମନା କରୁଛି।

ଖଡ଼ଗେଙ୍କୁ ଶୁଭେଚ୍ଛା ଜଣାଇ କଂଗ୍ରେସ ନେତାମାନେ କହିଛନ୍ତି, ତାଙ୍କ ଅଭିଜ୍ଞତା ଏବଂ ଜ୍ଞାନ ସମସ୍ତ ଦଳୀୟ କର୍ମୀଙ୍କ ପାଇଁ ଶକ୍ତିର ଉତ୍ସ। ଖଡ଼ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଆପଣଙ୍କ କଠିନ ପରିଶ୍ରମ ଏବଂ ପ୍ରତିଶ୍ରୁତିବଦ୍ଧତା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଖଡ଼ଗେଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଖୁସି କାମନା କରିଛନ୍ତି।

ସମ୍ବନ୍ଧିତ ଖବର