ମୁମ୍ବାଇର ୮ଟି ଥାନାରେ ମହିଳା ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେଇ ନୂଆ ଇତିହାସ ରଚିଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ମୁମ୍ବାଇ ମହାନଗରୀର ପୋଲିସ୍‌ କମିଶନରେଟ୍‌ ଅଧୀନରେ ରହିଥିବା ଥାନାଗୁଡ଼ିକ ମଧ୍ୟରୁ ୮ଟି ଥାନାର ଥାନା ଅଧିକାରୀ (ଷ୍ଟେସନ୍‌ ଇନ୍‌-ଚାର୍ଜ) ଭାବେ ମହିଳା ପୋଲିସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରି ଦେଶର ପୋଲିସ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ମୁମ୍ବାଇ କମିଶନରେଟ୍‌ ପୋଲିସ୍‌। ଦେଶର କୌଣସି ସହର ବା ମହାନଗରୀର ଥାନାଗୁଡ଼ିକରେ ଏତେ ସଂଖ୍ୟାରେ ମହିଳା ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେବାରେ ମୁମ୍ବାଇ ମହାନଗରୀ ସମଗ୍ର ଦେଶରେ ସର୍ବ ପ୍ରଥମ ଥିବା ଜାଣିବାକୁ ମିଳିଛି। ମୁମ୍ବାଇ କମିଶନରେଟ ପୋଲିସ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ଦେଶର ସବୁ ସ୍ତରରେ ବ୍ୟାପକ ସ୍ୱାଗତ କରାଯାଇଛି। ମୁମ୍ବାଇ କମିଶନରେଟ ପୋଲିସ୍‌ର ଏହି ପଦକ୍ଷେପ ହିଁ ହେଉଛି ପ୍ରକୃତ ଅର୍ଥରେ ନାରୀ ସଶକ୍ତୀକରଣ ବୋଲି କହିଛନ୍ତି ଦେଶର ମହିଳା ସମାଜ।

ବ୍ୟୁରୋ ଅଫ୍‌ ପୋଲିସ୍‌ ରିସର୍ଚ୍ଚ ଏଣ୍ଡ ଡେଭଲପ୍‌ମେଣ୍ଟ ସୂତ୍ରରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ ଦେଶରେ ଥିବା ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ୭.୨୮ ପ୍ରତିଶତ ହେଉଛନ୍ତି ମହିଳା ପୋଲିସ୍‌ କର୍ମଚାରୀ। ଏମାନଙ୍କ ମଧ୍ୟରୁ ଏକ ପ୍ରତିଶତ ମଧ୍ୟ ଉପର ସ୍ତର ବା ପଦବୀରେ ରହି କାର୍ଯ୍ୟ କରିବାର ସୁଯୋଗ ପାଇ ନଥାନ୍ତି। ଏପରିସ୍ଥିତିରେ ମୁମ୍ବାଇ ପୋଲିସ୍‌ କମିଶନରେଟ୍‌ ଅଧୀନରେ ରହିଥିବା ଥାନାଗୁଡ଼ିକ ମଧ୍ୟରୁ ୮ଟି ଥାନାର ଥାନା ଅଧିକାରୀ (ଷ୍ଟେସନ୍‌ ଇନ୍‌-ଚାର୍ଜ) ଭାବେ ମହିଳା ପୋଲିସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ମିଳିବା ନିହାତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଦେଶର ମହିଳା ପୋଲିସ୍‌ ଅଧିକାରୀ।

ସମ୍ବନ୍ଧିତ ଖବର