ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟକର

ନୂଆଦିଲ୍ଲୀ: ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଭିକେ ସକ୍ସେନା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କ ବିରୋଧରେ ଦାଏର କରିଥିବା ମାନହାନି ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରାଘବ ଶର୍ମା ଆଗତ ମାମଲାର ଶୁଣାଣି କରି ପାଟକରଙ୍କୁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସମ୍ପୃକ୍ତ ଆଇନ ଅନୁଯାୟୀ, କାର୍ଯ୍ୟକର୍ତ୍ତାଙ୍କୁ ଦଣ୍ଡ ସ୍ୱରୂପ ୨ ବର୍ଷ ଜେଲ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ।

ସକ୍ସେନା ତାଙ୍କ ବିରୋଧରେ ଏବଂ ନର୍ମଦା ବଞ୍ଚାଅ ଆନ୍ଦୋଳନ ବିରୋଧରେ ବିଜ୍ଞାପନ ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରିବା ପରେ ୨୦୦ ମସିହାରୁ ଉଭୟଙ୍କ ମଧ୍ୟରେ ଏହି ଆଇନଗତ ଲଢ଼େଇ ଚାଲିଥିଲା। ସକ୍ସେନା ସେତେବେଳେ ଅହମ୍ମଦାବାଦସ୍ଥିତ ଏନଜିଓ ନ୍ୟାସନାଲ କାଉନସିଲ ଫର ସିଭିଲ ଲିବର୍ଟିଜର ମୁଖ୍ୟ ଥିଲେ।

ଏକ ଟିଭି ଚ୍ୟାନେଲରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଅପମାନଜନକ ପ୍ରେସ୍‌ ବିବୃତି ଜାରି କରିବା ଅଭିଯୋଗରେ ସକ୍ସେନା ତାଙ୍କ ବିରୋଧରେ ଦୁଇଟି ମାମଲା ମଧ୍ୟ ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର