ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯାଇ ଆଉ ଦେବାକୁ ପଡିବ ନାହିଁ ଟେଷ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମ ଜୁଲାଇରୁ ପରିବର୍ତ୍ତନ କରିଛନ୍ତି । ଏହି ନିୟମ ମୁତାବକ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା ଲୋକଙ୍କୁ ଆଉ ଆରଟିଓ ଅଫିସ୍ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ନୂଆ ନିୟମ ମୁତାବକ ଯଦି ଆପଣ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେଇଛନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆପଣ ଆରଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ ।

ଏନେଇ ସରକାର ଡ୍ରାଇଭିଂ ଟ୍ରେନିଂ ସେଣ୍ଟରଗୁଡିକୁ ମାନ୍ୟତା ଦେବା ଆରମ୍ଭ କରିଛନ୍ତି । ଯେଉଁଠି ଆପଣ ସହଜରେ ୨ ଚକିଆ ଓ ୪ ଚକିଆ ଗାଡି ଚାଳନା ଶିଖି ପାରିବେ । ସରକାରଙ୍କ ନୂଆ ନିୟମ ମୁତାବକ ଆପଣଙ୍କୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ଯାଇ ମୋଟର ଭେଇକିଲ୍ କୋର୍ସ କରିବା ସହ ୪ ସପ୍ତାହରେ ୨୯ ଘଣ୍ଟା ଗାଡି ଚଳାଇବାକୁ ହେବ ।

ଏହି ଗାଡିଚାଳନା ପରେ ଯଦି ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଆପଣଙ୍କୁ ପାସ୍ କରିଦିଏ ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ କୌଣସି ଟେଷ୍ଟ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ହେଭି ମୋଟର ଭେଇକିଲ ତଥା ଭାରୀ ଯାନ ଚାଳନା ଶିଖିବାର ଅବଧି ୬ ସପ୍ତାହ ରଖା ଯାଇଛି । ଏହି ୬ ସପ୍ତାହ ମଧ୍ୟରେ ଆପଣଙ୍କୁ ଥିଓରୀ ଓ ପ୍ରାକଟିକାଲ ସାରିବାକୁ ହେବ ।

ସମ୍ବନ୍ଧିତ ଖବର