ଖୋଲାରେ ଶୌଚ କଲେ ରାସନ ବନ୍ଦ: କିରଣ ବେଦୀ

ପୁଡ଼ୁଚେରି: କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ମିସନକୁ କାର୍ଯ୍ୟକାରୀ କରିବା ପାଇଁ ପୁଡୁଚେରି ଉପରାଜ୍ୟପାଳ କିରଣ ବେଦୀ ଆଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଖୋଲାରେ ଶୌଚ କଲେ ଲୋକଙ୍କୁ ଆଉ ସରକାରୀ ରାସନ ମିଳିବ ନାହିଁ। ଏନେଇ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଧାୟକ ଓ ଅଧିକାରୀଙ୍କୁ ପତ୍ର ଲେଖାଯାଇଛି। ସମସ୍ତ ବିଧାୟକ ଓ ଅଧିକାରୀଙ୍କୁ ୪ ସପ୍ତାହର ମହଲତ ଦିଆଯାଇଛି। ଆସନ୍ତା ଜୁନ ପହିଲାରୁ ଏହି ନୂଆ ନିର୍ଦ୍ଦେଶନାମା ଲାଗୁ କରାଯିବ। ତେବେ ଏଭଳି ନିର୍ଦ୍ଦେଶନାମାକୁ ବିଭିନ୍ନ ମହଲ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର