ପିଓକେ ଫେରାଇ ଆଣିବା ପାଇଁ ପ୍ରକୃଷ୍ଟ ସମୟ: ହରିଶ ରାୱତ

ନୂଆଦିଲ୍ଲୀ : ଭାରତ ସରକାର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପୁଣି ଫେରାଇ ଆଣିବା ପାଇଁ ଏବେ ପ୍ରକୃଷ୍ଟ ସମୟ ବୋଲି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ରବିବାର ଦିନ କହିଛନ୍ତି। ସେ କହିଛନ୍ତି ଯେ ଏହା ଆମର କର୍ତ୍ତବ୍ୟ ଏବଂ ମୋଦୀ ସରକାର ଏ ଦିଗରେ ଗୁରୁତ୍ବର ସହ ଚିନ୍ତା କରି ପଦକ୍ଷେପ ନେବାକୁ ହେବ। ପାକିସ୍ତାନ ଏବେ ଦୁର୍ବଳ ସ୍ଥିତିରେ ରହିଛି ଏବଂ ଭାରତ ଏହି ସମୟରେ ହିଁ ପିଓକେ ଦଖଲ କରିବା ଦରକାର ବୋଲି ସେ କହିଛନ୍ତି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପିଓକେ ଫେରାଇ ଆଣିବାକୁ ଭାରତ ବଦ୍ଧପରିକର ବୋଲି କହିଥିବା ବେଳେ ଏହା ପରେ ଜଣେ ବରିଷ୍ଠ ସେନା ଅଧିକାରୀ କହିଥିଲେ ଯେ ସରକାର ଆଦେଶ ଦେବାମାତ୍ରେ ଆମ ପିଓକେ ନିଜ ନିୟନ୍ତ୍ରଣକୁ ଆଣିବାକୁ ଅଭିଯାନ ଆରମ୍ଭ କରିବୁ।

ରାଵତ କହିଛନ୍ତି, ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସଂସଦରେ ପ୍ରସ୍ତାବ ପାରିତ ହୋଇସାରିଛି। ସର୍ବସମ୍ମତିକ୍ରମେ ସଂସଦରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆମେ ଆଶା କରୁଛୁ ମୋଦୀ ସରକାରଙ୍କ ଏ ଦିଗରେ ଆଗକୁ ବଢ଼ିବେ। ଏହି ବିଷୟରେ କେବଳ ବୟାନ ଦେଲେ ଚଳିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର