ହାତୀ ସଂରକ୍ଷଣକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ହସ୍ତୀ ଦିବସ ଅବସରରେ ହାତୀ ସଂରକ୍ଷଣକାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଗତ ୮ ବର୍ଷ ମଧ୍ୟରେ ହସ୍ତୀ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବିଶ୍ୱ ହସ୍ତୀ ଦିବସ’ ଅବସରରେ ହାତୀ ସଂରକ୍ଷଣ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଉଛି । ଆପଣମାନେ ଜାଣି ଖୁସି ହେବେ ଯେ ସମୁଦାୟ ଏସୀୟ ହାତୀଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଭାରତରେ ବସବାସ କରନ୍ତି । ଗତ ୮ ବର୍ଷ ମଧ୍ୟରେ ହସ୍ତୀ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ହୋଇଛି । ହାତୀ ସଂରକ୍ଷଣ ସହ ଜଡିତ ସମସ୍ତଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ହାତୀ ସଂରକ୍ଷଣ ସଫଳତାକୁ ଭାରତରେ ମାନବ-ପଶୁ ଲଢ଼େଇ ହ୍ରାସ କରିବା ପାଇଁ ଜାରି ରହିଥିବା ଉଦ୍ୟମ ଓ ପରିବେଶ ସଚେତନତା ବୃଦ୍ଧିରେ ସ୍ଥାନୀୟ ଅଧିବାସୀଙ୍କୁ ସାମିଲ କରିବା ତଥା ସେମାନଙ୍କ ପାରମ୍ପରିକ ଜ୍ଞାନକୁ ଉପଯୋଗ କରିବା ସନ୍ଦର୍ଭରେ ଦେଖାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର