ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ରୁଷ୍‌ ଗସ୍ତ: ଦ୍ବିପାକ୍ଷିକ ନୁ‌ହେଁ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା ହୋଇପାରେ

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୮-୯ ତାରିଖରେ ରୁ‌ଷ୍‌ ଗସ୍ତ କରିବେ। ଏହି ଗସ୍ତ ଅବସରରେ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ସମ୍ମିଳନୀ କରିବେ। ତେବେ ଏହି ଗସ୍ତ ସମୟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ କମ୍‌ ଆଲୋଚନା ହେବ ଏବଂ ରୁଷ୍‌-ୟୁକ୍ରେନ ଯୁଦ୍ଧ ଓ ଇସ୍ରାଏଲ-ହମାସ ଯୁଦ୍ଧ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଧିକ ଫୋକସ୍‌ ରହିବ। ଅନ୍ୟପକ୍ଷରେ ଜାତିସଂଘରେ ପାକିସ୍ତାନ ଦ୍ବାରା ଆତଙ୍କବାଦୀଙ୍କୁ ସମର୍ଥନ ମାମଲାକୁ ମଧ୍ୟ ଭାରତ ଗମ୍ଭୀରତାର ସହ ନେଇଛି। ପାକିସ୍ତାନ ଚୀନ୍‌ ସହ ହାତ ମିଳାଇ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ଏହି ମାମଲାରେ ଭାରତ ରୁଷ୍‌ର ସହଯୋଗ ଲୋଡ଼ିବ। ଜୁଲାଇ ସମ୍ମିଳନୀରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟ‌ରେ ହେବାକୁ ଥିବା ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ଆଲୋଚନା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର