ନିଜ କଲମକୁ ନେଇ ନୂଆ ବିବାଦରେ ଋଷି ସୁନକ

ଲଣ୍ଡନ : ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରୀ ଦଲିଲଗୁଡ଼ିକରେ ହାତରେ କିଛି ନୋଟ୍ ଲେଖିବା ପାଇଁ ଲିଭାଯାଇ ପାରୁଥିବା କାଳିବିଶିଷ୍ଟ କଲମ ବ୍ୟବହାର କରନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାପରେ ୧୦, ଡାଉନିଂ ଷ୍ଟ୍ରିଟ୍‌ରେ ଗୋପନୀୟତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ ସୁନକ ଅର୍ଥମନ୍ତ୍ରୀ ଥିବା ସମୟରେ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଲଟ୍ ଭି ପେନ୍ ବ୍ୟବହାର କରନ୍ତି। କିନ୍ତୁ ଏହି କାଳିକୁ ଲିଭାଯାଇ ପାରୁଥିବାରୁ ଅନ୍ୟ ଅଧିକାରୀମାନଙ୍କ ହାତରେ ପଡ଼ିଲେ ସେମାନେ ସୁନକଙ୍କ ନୋଟ୍‌କୁ ବଦଳାଇ ଦେଇପାରନ୍ତି ବା ଲିଭାଇଦେଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୁନକ ବ୍ୟବହାର କରୁଥିବା କଲମର ଦାମ୍ ୪.୭୫ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୪୯୫ ଟଙ୍କା। ଏଥିରେ ‘ଇରେଜେବ୍‌ଲ ଇଙ୍କ୍‌’ର ଲୋଗୋ ରହିଛି। ଲେଖାରେ କିଛି ଭୁଲ୍‌ଭାଲ୍ ହେଲେ ତାକୁ ଲିଭାଇ ପୁଣି ଲେଖିପାରିବାର ସୁବିଧା ଏଥିରେ ଅଛି।

ସମ୍ବନ୍ଧିତ ଖବର