ସ୍ୱାମୀଙ୍କଠାରୁ ଅଲଗା ହେବାର ପ୍ରାୟ ୫ ମାସ ପରେ ହଜ୍ ଯାତ୍ରା ପୁରା କରି ଖୁସି ହେଲେ ସାନିଆ

ନୂଆଦିଲ୍ଲୀ: ସାନିଆ ଭାରତର ସର୍ବଶ୍ରେଷ୍ଠ ମହିଳା ଟେନିସ୍ ଖେଳାଳି ହୋଇଥିବା ବେଳେ ସାମି ଚାମ୍ପିଅନ୍ ପେସ୍ ବୋଲର। ନିକଟରେ ସାନିଆ ମିର୍ଜା ଏବଂ ମହମ୍ମଦ ଶାମି ବିବାହ କରିବାକୁ ଯାଉଥିବା ନେଇ ଏକ ଗୁଜବ ପ୍ରଚାର ଆରମ୍ଭ ହୋଇଯାଇଛି।

ଏଭଳି ପ୍ରଚାର ମଧ୍ୟରେ ସାନିଆ ମିର୍ଜା ତାଙ୍କ ହଜ ଯାତ୍ରା ପୁରା କରିଛନ୍ତି। ଏହି ଯାତ୍ରା ମୁସଲମାନ ସମ୍ପ୍ରଦାୟ ପାଇଁ ମହତ୍ତ୍ବପୂର୍ଣ୍ଣ  ଓ ଅଧ୍ୟାତ୍ମିକ ଭାବେ ସମୃଦ୍ଧ ଯାତ୍ରା ରହିଛି। ସାନିଆ ମିର୍ଜା ତାଙ୍କ ବାପା ଇମରାନ ମିର୍ଜା, ଭଉଣୀ ଅନମ ମିର୍ଜା ଓ ଭିଣୋଇ ଅସଦୁଦ୍ଦିନ ସହିତ ପୁରା କରିଛନ୍ତି। ସୋସିଆଲ ମିଡିଆରେ ପରିବାର ସହିତ ହଜ ଯାତ୍ରା ପୁରା କରିଥିବାର ସାନିଆଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଯାତ୍ରା ପୁରା କରି ସାନିଆ ଖୁବ ଖୁସି ଥିବା ଫଟୋରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

 

 

View this post on Instagram

 

A post shared by Mohammed Asaduddin (@asad_ab18)

ଭାରତୀୟ ଟେନିସ୍ ଆଇକନ୍ ସାନିଆ ମିର୍ଜା ନିକଟରେ କ୍ରିକେଟର ସ୍ୱାମୀ ସୋଏବ ମଲିକଙ୍କଠାରୁ ଅଲଗା ହେବାର ପ୍ରାୟ ୫ ମାସ ପରେ ହଜ୍ ପାଇଁ ଏକ ପବିତ୍ର ଯାତ୍ରା ଆରମ୍ଭ କରିଥିଲେ। ପ୍ରଫେସନାଲ ଟେନିସରୁ ଅବସର ନେଇଥିବା ସାନିଆ, ସଦ୍ୟତମ ଫ୍ରେଞ୍ଚ ଓପନ୍ ୨୦୨୪ ପାଇଁ ଭାବରେ କାର୍ଯ୍ୟ କରୁଥିଲେ। ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ୍‌ କରି ଲେଖିଥିଲେ ଯେ ‘ପରିବର୍ତ୍ତନଶୀଳ ଅଭିଜ୍ଞତା’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯାହାକି ସେ ଜଣେ ଭଲ ମଣିଷ ଭାବରେ ଫେରିବାକୁ ଆଶା କରନ୍ତି।

ସମ୍ବନ୍ଧିତ ଖବର