ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ । ସରକାର ଗତ ସପ୍ତାହରେ ଏହି ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସିଏଏ କୁ ନେଇ ସୁପ୍ରିମକୋର୍ଟରେ ପ୍ରାୟ ୨୩୭ଟି ପିଟିସନ ଦାଖଲ ହୋଇଥିଲା । ଆବେଦନକାରୀଙ୍କ ମଧ୍ୟରେ କେରଳ ରାଜ୍ୟ ସରକାର ବି ଅଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ଆବେଦନଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଦାଲତ ଏହାକୁ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ କରିବା ଉପରେ ରୋକ୍ ଲଗାଇବାକୁ ମନା କରିବା ସହ ସରକାରଙ୍କୁ ଜବାବ ମାଗିଛନ୍ତି। ଜବାବ ଦାଖଲ ପାଇଁ ସରକାରଙ୍କୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୩ ସପ୍ତାହ ସମୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଜବାବ ଦେବା ପାଇଁ ୪ ସପ୍ତାହ ସମୟ ମାଗିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମାତ୍ର ୩ ସପ୍ତାହ ସମୟ ଦେଇଥିଲେ।