ଦୁଇଭାଇ ଦୁଇଟି ରାଜ୍ୟର ଡିଜିପି ଥିବା ବେଳେ ଅନ୍ୟ ଭାଇ ରେଭେନ୍ୟୁ ଇନସପେକ୍ଟର

ନୂଆଦିଲ୍ଲୀ: ସିଭିଲ୍ ସର୍ଭିସ୍ ବା ପ୍ରଶାସନିକ ସେବାରେ ଚାକିରି ପାଇବା ପରେ ଦୁଇ ଭାଇ ଏବେ ଦୁଇ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ହେବା ଘଟଣା ଖୁବ ଚର୍ଚ୍ଚାରେ ରହିଛି। ଡିଜିପି ଦୁଇ ଭାଇ ହେ‌ଲେ ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ।

ବିକାଶ ସହାୟ ଗୁଜରାଟ ପୁଲିସର ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ସରକାର ବିବେକ ସହାୟଙ୍କୁ ରାଜ୍ୟ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।

ଗତକାଲି ମୁଖ୍ୟ ନିର୍ବାଚନ କମିଶନର ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାରଙ୍କୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ବିବେକ ସହାୟଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ବିବେକ ସହାୟ ପୂର୍ବରୁ ହୋମଗାର୍ଡର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ।

ବିବେକ ସହାୟଙ୍କ କହିବ‌ାନୁସାରେ, ଆମେ ତିନିଭାଇ ମୂଳତଃ ବିହାରରେ ବସବାସ କରୁ। ଦୁଇଭାଇ ଡିଜିପି ଭାବେ ଦାୟିତ୍ବ ସମ୍ଭାଳୁ ଥିବାବେଳେ ଅନ୍ୟ ଭାଇ ରେଭେନ୍ୟୁ ଇନସପେକ୍ଟର ଅଛନ୍ତି। ତିନିଭାଇଙ୍କ ମଧ୍ୟରୁ ମୁଁ ବଡ଼। ମଝିଆ ଭାଇର ନାମ ବିକାଶ ସହାୟ ଓ ସାନଭାଇ ହେଉଛି ବିକ୍ରମ ସହାୟ।’

ବିବେକ ସହାୟ ପଶ୍ଚିମବଙ୍ଗ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ ରହିଥିବା ବେଳେ ତାଙ୍କ ସାନ ଭାଇ ବିକାଶ ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ରହିଛନ୍ତି। ବିକାଶ ଏକବର୍ଷ ହେବ ଗୁଜୁରାଟରେ ଡିଜିପି ଭାବେ କାମ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର