‘ଆଇ ଲଭ ୟୁ ମ୍ୟାଡ଼ାମ’ ଶ୍ରେଣୀଗୃହରେ ଅଧ୍ୟାପିକାଙ୍କୁ ଏଭଳି ଅଶ୍ଳୀଳ ଆଚରଣ କଲେ ଛାତ୍ର, ଭିଡିଓ ଭାଇରାଲ

ଲଖନଉ: ଅଧ୍ୟାପିକାଙ୍କ ପ୍ରତି ଅସଦାଚରଣ କଲେ ଛାତ୍ର | ଆଉ ଏହି ଅସଦାଚରଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଉତ୍ତରପ୍ରଦେଶର ମେରଟସ୍ଥିତ ଡକ୍ଟର ରାମ ମନୋହର ସ୍ମାରକ ଇଣ୍ଟର କଲେଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ପ୍ରସଙ୍ଗରେ ଅଧ୍ୟାପିକା ଜଣକ ଏବେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଭାଇରାଲ ଭିଡିଓ ଆଧାରରେ ଛାତ୍ରମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ ମେରଟର ଡକ୍ଟର ରାମ ମନୋହର ସ୍ମାରକ ଇଣ୍ଟର କଲେଜର କିଛି ଛାତ୍ର ଜଣେ ଅଧ୍ୟାପିକାଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ | କଥା ଏତିକିରେ ସରିନଥିଲା | ଛାତ୍ର ଜଣକ କଲେଜ ପରିସର ସହ ଶ୍ରେଣୀଗୃହରେ ମଧ୍ୟ ବାରମ୍ବାର ପ୍ରେମ ନିବେଦନ କରିଥିଲେ |


ଏହା ସହ ଛାତ୍ରଙ୍କର ସହପାଠୀମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ | ଏହି ଭିଡିଓକୁ ସେମାନେ ଭାଇରାଲ୍ ମଧ୍ୟ କରିଥିଲେ | ଭାଇରାଲ୍ ଭିଡିଓରେ, ଏହି ଛାତ୍ରମାନେ ବିନା ଭୟରେ ନିଜ ଅଧ୍ୟାପିକାଙ୍କ ପ୍ରତି ଅଶ୍ଳୀଳ ଶବ୍ଦ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି | ଏହି ଛାତ୍ରମାନେ ଅଧ୍ୟାପିକାଙ୍କୁ କହୁଛନ୍ତି ଯେ, ମୁଁ ତୁମକୁ ଭଲ ପାଏ ଏବଂ ଏହାପରେ ପୁରା ଶ୍ରେଣୀ ହସୁଛି | ମହିଳା ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ଏବେ ଏକ ମାମଲା ରୁଜୁ କରିଛି | ପୂର୍ବରୁ ଏକ ସମୟ ଥିଲା ଯେତେବେଳେ ଛାତ୍ରମାନେ ଶିକ୍ଷକମାନଙ୍କୁ ଭୟ କରୁଥିଲେ, କିନ୍ତୁ ପରିବର୍ତ୍ତିତ ସମୟରେ, ଶିକ୍ଷକ/ଶିକ୍ଷୟତ୍ରୀମାନେ ଛାତ୍ରମାନଙ୍କୁ ଭୟ କରୁଛନ୍ତି | ଏହି ଘଟଣା ହିଁ ବୟାନ କରୁଛି ଯେ କିଭଳି ଛାତ୍ରମାନେ ଅଭଦ୍ରାମିର ସବୁ ସୀମା ଟପିଯାଇଛନ୍ତି |

ସମ୍ବନ୍ଧିତ ଖବର