କୋଚିଂ ସେଣ୍ଟରରେ ହୃଦଘାତ ନେଲା ଛାତ୍ରଙ୍କ ଜୀବନ

ଇନ୍ଦୋର: କୋଚିଂ ସେଣ୍ଟରରେ ହୃଦଘାତ ନେଲା ଛାତ୍ରଙ୍କ ଜୀବନ। ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇନ୍ଦୋରରେ ଘଟିଛି ଏହି ଘଟଣା। ଅନ୍ୟ ପିଲାଙ୍କ ସହ ବସି କୋଚିଂ ନେଉଥିବା ବେଳେ ହଠାତ୍ ହୃଦଘାତ ହେବାରୁ ଟଳି ପଡ଼ିଥିଲେ ଯୁବକ। କେହି କିଛି ବୁଝିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକଙ୍କ ନାମ ରାଜା ଲୋଧି ବୋଲି ଜଣାପଡ଼ିଥିବା ବେଳେ ସେ ସାଗରର ବାସିନ୍ଦା ଥିଲେ।

ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ଯେ, ରାଜା କ‌ୋଚିଂ ବେଳେ ଧୀରେ ଧୀରେ କରି ତଳକୁ ମୁଣ୍ଡ ନୁଆଉଛନ୍ତି। ଏହା ପରେ ସେ ମୁହଁ ମାଡ଼ି ଟେବୁଲ ଉପରେ ପଡ଼ିଯାଉଛନ୍ତି। ତାଙ୍କ ପାଖରେ ବସିଥିବ‌ା ଅନ୍ୟ ଜଣେ ଛାତ୍ର ତାଙ୍କୁ ଡାକିବାରୁ ସେ ପୁଣି ଥରେ ମୁହଁ ଉପରକୁ କରି ଅଚେତ୍ ହୋଇ ପଡ଼ୁଛନ୍ତି। ଏହା ଦେଖି ପାଖରେ ବସିଥିବ‌ା ଅନ୍ୟ ଛାତ୍ରମା‌ନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ଡାକିବା ପରେ ସେ ନଉଠିବାରୁ ତାଙ୍କୁ ପାଖ ଡାକ୍ତରଖାନାକୁ ନିଆଯାଇଥିଲେ ବି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର