ନୋ ପାର୍କିଙ୍ଗ ପାଇଁ ମେହେନ୍ଦୀଙ୍କ ତଡକା ଲଗାଇଲେ ଏହି ପୁଲିସ କର୍ମଚାରୀ

ଚଣ୍ଡୀଗଡ଼: ରାସ୍ତାରେ ବେପରୁଆ ଗାଡି ଚାଳନା ସହ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ବିରୋଧରେ ପୁଲିସ ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ | ତେବେ ପୁଲିସ କେବଳ କାର୍ଯ୍ୟାନୁଷ୍ଠାନ ନେଇନଥାଏ, ଅନେକ ସମୟରେ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବା ପାଇଁ ସଚେତନତା ଅଭିଯାନ ମଧ୍ୟ ଚଳାଇଥାଏ | ସୋସିଆଲ ମିଡିଆରେ ପୁଲିସ ସଚେତନତାର ଅନେକ ଭିଡିଓ ଆପଣ ଦେଖିଥିବେ | ଯେଉଁଥିରେ ପୁଲିସ ଲୋକଙ୍କୁ ଅନନ୍ୟ ଉପାୟରେ ସଚେତନ କରାଇବାକୁ ଚେଷ୍ଟା ଜାରି ରଖିଥାଏ | ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୁଲିସ କର୍ମଚାରୀ ଜଣାଶୁଣା ଗାୟକ ଦଲେର ମେହେନ୍ଦୀଙ୍କ ପ୍ରସିଦ୍ଧ ଗୀତ ‘ବୋଲୋ ତାରା ରା ରା’ ଗାଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଲିସ କର୍ମଚାରୀ ଜଣକ ଲୋକଙ୍କୁ ‘ନୋ ପାର୍କିଂ’ ନେଇ ସଚେତନ କରାଉଛନ୍ତି |


ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାନୁ କାବ୍ରା ସେୟାର କରିଛନ୍ତି। କୁହାଯାଉଛି ଯେ ଏହି ଭିଡିଓ ଚଣ୍ଡୀଗଡ଼ ପୁଲିସର ହୋଇଥିବାବେଳେ ୩୩ ସେକେଣ୍ଡର ଭିଡିଓରେ, ଦଲେର ମହେନ୍ଦୀଙ୍କ ‘ବୋଲୋ ତାରା ରା ରା ଗାଉଥିବାର ଦେଖିବାକୁ ମିଳିଛି | ରାସ୍ତାରେ ଏକ ମାଇକ୍ ଧରି ଏହି ପୁଲିସ କର୍ମଚାରୀ ଜଣକ ନୋ ପାର୍କିଙ୍ଗ ନେଇ ଲୋକଙ୍କୁ ବୁଝାଉଛନ୍ତି | ଯଦିଓ ପୁରୁଣା ଗୀତର ସଙ୍ଗୀତ ସମାନ କିନ୍ତୁ ଗୀତଗୁଡ଼ିକ ଅଲଗା ରହିଛି। ୨୦୧୯ ରେ ମଧ୍ୟ ଏହି ପୁଲିସ କର୍ମଚାରୀଙ୍କ ଗୀତ ଭାଇରାଲ ହୋଇଥିଲା | ଆଉ ବଡ କଥା ଯେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଦଲେର ମେହେନ୍ଦୀ ନିଜେ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର