୨୮ରୁ ତିନିଦିନିଆ ଓଡ଼ିଶା ଟ୍ରାଭେଲ ବଜାର; ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଟୁରିଜିମ ଏବଂ ଏଫଆଇସିସିଆଇର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ କରିବାକୁ ଯାଉଛି ଚତୁର୍ଥ ସଂସ୍କରଣ। ଆସନ୍ତା ୨୮ ରୁ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। କୋଭିଡ଼ ପରେ ଏଇଥର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଭୁବନେଶ୍ୱରର ଏକ ହୋଟେଲରେ ପ୍ରେସ କଂଫେରେନ୍ସ ହୋଇଯାଇଛି । ଏହି ପ୍ରେସ କଂଫେରେନ୍ସରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ୱସ୍ତି ହୋଟେଲ ନିର୍ଦ୍ଦେଶକ ଜେ କେ ମହାନ୍ତି, ପର୍ଯ୍ୟଟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଏବଂ ପର୍ଯ୍ୟଟନ ବିଭାଗ ଓ ଏସ ଡି ଅଂଶୁମାନ ରଥ ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ସୁଦୂର ପ୍ରସାରୀ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି । ତା ସହିତ ଏହି ପ୍ରେସ କଂଫେରେନ୍ସରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ସବୁର ବିକାଶ ପାଇଁ ମଧ୍ୟ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଓଡିଶା ବୁଲି ଦେଖିବାକୁ ଆସୁଛନ୍ତି । ତେଣୁ ରାତି ରହଣୀ ବି ବଢୁଛି । ଆଉ ତାକୁ ଦୃଷ୍ଟିରେ ରଖି ଆଗକୁ ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ଚିନ୍ତା କରାଯାଉଛି ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର