ଆମ୍ବ ବଗିଚାରୁ ୨୪ଟି ମାଙ୍କଡ଼ଙ୍କ ମୃତଦେହ ମିଳିବା ପରେ ବିଷ ଦିଆଯାଇଥିବା ସନ୍ଦେହ, ୭ଜଣକୁ ଅଟକ ରଖିଲା ପୁଲିସ

ନୂଆଦିଲ୍ଲୀ: ୨୪ଟି ମାଙ୍କଡ଼ଙ୍କୁ ବିଷ ଦେଇ ମାରିଦେଲେ ୭ଜଣ ଦୁର୍ବୃତ୍ତ। ଉଦ୍ଧମ ସିଂ ନଗରରେ ଥିବା ଆମ୍ବ ବଗିଚାରେ ପ୍ରାୟ ୨୪ଟି ମାଙ୍କଡ଼ଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ପ୍ରଥମେ ଏ ବିଷୟରେ ସୂଚନା ପାଇବା ମାତ୍ରେ ପାଖ ଗାଁର ଲୋକମାନେ ସେଠାରେ ପହଞ୍ଚିଥିଲେ। ମାଙ୍କଡ଼ଙ୍କ ମୃତଦେହ ଦେଖିବା ପରେ ସେମାନେ ଅଭିଯୋଗ କରିଛନ୍ତି ଯେ ବଗିଚା ଜଗିଥିବା ଲୋକମାନେ ମାଙ୍କଡମାନଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ପରେ ଏବେ ପୁଲିସ ୭ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତବକ, ଘଟଣାଟି ଉତ୍ତରାଖଣ୍ଡରେ ଘଟିଥିବା ବେଳେ ଆମ୍ବ ବଗିଚା ଥିବା ଜମିକୁ ଉତ୍ତରପ୍ରଦେଶର ଜଣେ ଯୁବକ କିଣିଥିଲେ। ଜମି କିଣିବା ପରେ ସେଠାରେ ଆମ୍ବ ବଗିଚା କରି କିଛି ଲୋକଙ୍କୁ ସେ ଦେଖାଶୁଣା କରିବାକୁ ରଖିଥିଲେ। ଆମ୍ବ ଗୁଡ଼ିକ ବିକ୍ରି ପାଇଁ ଯାଉଥିବା ବେଳେ ମାଙ୍କଡ଼ମାନେ ଆମ୍ବ ଖାଇଯାଉଥିବାରୁ ସେମାନଙ୍କ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ସ୍ଥାନୀୟ ଲୋକଙ୍କ ମୁତାବକ, ମାଙ୍କଡ଼ମାନଙ୍କୁ ମାରି ସେମାନଙ୍କୁ ମାଟି ତଳେ ପୋତି ଦିଆଯାଇଥିଲା। ଗୋଟିଏ ମାଙ୍କଡର ଶବ ମିଳିବା ପରେ ଧୀରେ ଧୀରେ ୨୪ଟି ମାଙ୍କଡଙ୍କ ମୃତଦେହ ମିଳିଥିଲା। ମାଙ୍କଡ଼ଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଗାଁ ଲୋକଙ୍କ ଏଭଳି ଅଭିଯୋଗ ପରେ ପୁଲିସ ମାଙ୍କଡ଼ଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର