ଦେଢ଼ କୋଟି ଠକେଇର ଶିକାର ହେଲେ ବିବେକ ଓବରାୟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିବେକ ଓବରାୟ ୧ କୋଟି ୫୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ନିବେଶ କରିବା ଏବଂ ସିନେମା ‌ପ୍ରଯୋଜନା କରି ଭଲ ଲାଭ ପାଇବା ଆଶା ଦେଖାଇ ୩ ଜଣ ବ୍ୟକ୍ତି ତାଙ୍କ ଠାରୁ ଏହି ଟଙ୍କା ନେଇଛନ୍ତି। କିନ୍ତୁ ଅଭିଯୁକ୍ତମାନେ ସେହି ଟଙ୍କାକୁ ନିଜେ ବ୍ୟବହାର କରି‌ଛନ୍ତି ବୋଲି ଶୁକ୍ରବାର ପୁଲିସ କହିଛି।

ଗତ ବୁଧବାର ଏହି ଘଟଣା ସାମ୍ନାକୁ ଆସିଛି। ବିବେକଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ୩ ଅଭିଯୁକ୍ତଙ୍କ ନାମରେ ଅନ୍ଧେରି ଇଷ୍ଟ୍‌ର ଏମଆଇଡିସି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ସେହି ତିନି ଜଣଙ୍କ ମଧ୍ୟରେ ସିନେମା ପ୍ରଯୋଜକ ବି ରହିଛନ୍ତି। ଅଭିଯୁକ୍ତମାନେ ବିବେକଙ୍କର ବ୍ୟବସାୟିକ ସହଯୋଗୀ ଥିଲେ। ‌ଏକ ଇଭେଣ୍ଟ୍‌ ଏବଂ ସିନେମା ପ୍ରଡକ୍ସନ ଫାର୍ମରେ ଅର୍ଥ ନିବେଶ କରିବା ଲାଗି ବିବେକଙ୍କୁ କହିଥିଲେ। ଅଭିନେତାଙ୍କ ପତ୍ନୀ ବି ଉକ୍ତ ଫାର୍ମର ପାର୍ଟନର ଥିଲେ।

ସମ୍ବନ୍ଧିତ ଖବର