ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: କେଉଁଠି ମତଦାନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଏହି କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି। ପୂର୍ବରୁ ଦୁହେଁ ପଦବୀ ଜିତି କ୍ଷମତାକୁ ଆସିବା ପାଇଁ ପରସ୍ପରକୁ ଟାର୍ଗେଟ କରି ସାରିଥିବା ବେଳେ କାଲିର ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। ହାଇକମାଣ୍ଡଙ୍କ ହାତ ମଲ୍ଲିକାର୍ଜୁନ ଖଡଗେଙ୍କ ମୁଣ୍ଡ ଉପରେ ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ କାହାକୁ କ୍ଷମତା ମିଳିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ଆସନ୍ତାକାଲି ମତଦାନ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ର‌ାରେ ବ୍ୟବସ୍ତ ଅଛନ୍ତି। ସେ ଏବେ କର୍ଣ୍ଣାଟକରେ ଥିବା ବେଳେ କେଉଁଠି ଭୋଟ ଦେବେ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଟ୍ବିଟ କରି ଉତ୍ତର ରଖିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଆସନ୍ତାକାଲି ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ କେଉଁଠାରେ ଭୋଟ୍ ଦେବେ ସେନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବା ଉଚିତ୍ ନୁହେଁ। ରାହୁଲ ଗାନ୍ଧୀ ବଲ୍ଲାରିର ସଙ୍ଗନାକଲ୍ଲୁରେ ଥିବା ଭାରତ ଯୋଡୋ ଯାତ୍ରା କ୍ୟାମ୍ପ ସାଇଟରେ ପ୍ରାୟ ୪୦ ଜଣ ଭାରତ ଯୋଡୋ ଯାତ୍ରୀଙ୍କ ସହ ଭୋଟ୍ ଦେବେ, ଯେଉଁମାନେ ପିସିସି ପ୍ରତିନିଧୀ ଅଟନ୍ତି।

ସମ୍ବନ୍ଧିତ ଖବର