ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବିନାହିଁ : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ କାରଣ ଏହା ଏକ ଉଦାହରଣ ଭାବେ ରହିଯିବ ଏବଂ ବିଜେପି ଭବିଷ୍ୟତରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ବି ଟାର୍ଗେଟ କରିବ । ଏହାକୁ ବାହାନା କରି ଏମକେ ଷ୍ଟାଲିନ, ମମତା ବାନାର୍ଜୀ ପରି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ହଇରାଣ କରିବ ଯାହାକି ଦେଶର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେଲରୁ ହିଁ ସେ ସରକାର ପରିଚାଳନା ଜାରି ରଖିବେ । ଏନେଇ ଅନୁମତି ପାଇବାକୁ ସେ ଖୁବଶୀଘ୍ର ଅଦାଲତଙ୍କ ଦ୍ବାରସ୍ଥ ହେବେ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୮ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ସେବେଠାରୁ ତାଙ୍କର ଇସ୍ତଫା ଦାବି କରୁଛି ବିଜେପି । କେଜ୍ରିଓ୍ବାଲ ଏବେ ଅନ୍ତରୀଣ ଜାମିନ ପାଇ ନିଜ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ତାଙ୍କ ଜାମିନ ୧ ଜୁନ ପର୍ଯ୍ୟନ୍ତ ରହିଛି ଓ ସେ ୨ ଜୁନରେ  ଆତ୍ମସମର୍ପଣ କରିବେ । ଏହି ମାମଲାରେ ପୂର୍ବରୁ ହିଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି ।

ସମ୍ବନ୍ଧିତ ଖବର