୧୦ଦିନିଆ ଏନସିସି ଗ୍ରୀ‌ଷ୍ମବକାଶ ତାଲିମ ଶିବିର

ଜୟପୁର: ବ୍ରହ୍ମପୁର ଏନସିସି ଗ୍ରୁପ ହେଡକ୍ବାର୍ଟର ଅଧିନରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଗ୍ରୀଷ୍ମବକାଶ ତାଲିମ ଶିବିରର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଆଜି ଠାରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ବିଶ୍ବବିଦ୍ୟାଳୟର ଓଏସଡି ପ୍ରପେସର ଡ.ଦେବୀ ପ୍ରସାଦ ମିଶ୍ର , କ୍ୟାମ୍ପ କମାଣ୍ଡାଣ୍ଟ ଲ୍ୟାପଟନାଣ୍ଟ କର୍ଣ୍ଣେଲ ପ୍ରିତିରଂଜନ ଦାଶ ଯୋଗ ଦେଇ ଶିବିରର ଲକ୍ଷ୍ୟ, ଅଭିମୁଖ୍ୟ, ଦେଶପ୍ରେମରେ କିଭଳି ଛାତ୍ରଛାତ୍ରୀମାନେ ଉଦବୃଦ୍ଧ ହେବେ, ଏବଂ ନିସ୍ବାର୍ଥ ପର‌ ଭାବେ ସେବା କରିବାକୁ ଅଗେଇ ଆସିବେ, ଏନସିସିରେ ଯୋଗ ଦେବା ଫଳରେ କିଭଳି ଶୃଙ୍ଖଳିତ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ। ମଂଚକୁ ପରିଚାଳନା କରିଥିଲେ ବିଶ୍ବବିଦ୍ୟାଳୟର ଆସୋସିଏଟ୍‌ ଏନସିସି ଅଧିକାରୀ କ୍ୟାପଟନ୍ ଲକ୍ଷ୍ମଣ ପାତ୍ର।

ଗତ ୧୪ତାରିଖରୁ ଗତ କାଲି ଅର୍ଥାତ ୨୩ତାରିଖ  ପର୍ଯ୍ୟନ୍ତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ  ଅବିଭକ୍ତ କୋରାପୁଟ ଜିଲ୍ଲାର ୩୧୭ଜଣ ଏନସିସି କ୍ୟାଡେଟ୍ ପୁଅ ଓ ଝିଅ ଭାଗ ନେଇଥିଲେ।  ସେଭଳି ଦ୍ବିତୀୟ ପର୍ଯ୍ୟାୟରେ ୪୦୦ଜଣ କ୍ୟାଡେଟ୍‌ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଛନ୍ତି।  ଏମାନଙ୍କୁ ଏହି ଶିବିରରେ ମ୍ୟାପ ରିଡିଂ, ବନ୍ଧୁକ ଦ୍ବାରା ଗୁଳିଚାଳନା, ଡ୍ରିଲ୍, ପ୍ୟାରେଡ୍, ଡିଜିଟାଲ ବ୍ୟାଙ୍କିଂ, ଅଗ୍ନିନିରାପତ୍ତା, ବାର୍ଷିକ ସମାବେଶରେ କିଭଳି କ୍ୟାଡେଟ୍ ମାନେ ଭାଗ ନେବେ ଆଦିକୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।  ଉଭୟ ପର୍ଯ୍ୟାୟ ତାଲିମ ‌ଶିବିରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା କ୍ୟାଡେଟଙ୍କୁ ଚୟନ କରି ନୂଆଦିଲ୍ଲୀରେ ହେବାକୁ ଥିବା ସ୍ବାଧୀନତା ଦିବସ ପ୍ୟାରେଡ଼ ପାଇଁ ବଛାଯିବ।  ଏହା ସହ ସୈନ୍ୟବାହିନୀର ଅଧିକାରୀ ମାନେ ଏଥିରେ ଭାଗ ନେଇ କ୍ୟାଡେଟ୍ ମାନେ କିଭଳି ସୈନ୍ୟବାହିନୀର ବିଭିନ୍ନ ବିଭାଗରେ କର୍ମସଂସ୍ଥାନ ଖୋଜି ପାରିବେ ସେ ନେଇ ବି ସଚେତନତା ସୃଷ୍ଟି କରାଯିବ।

 

ସମ୍ବନ୍ଧିତ ଖବର