ବ୍ରେକଅପକୁ ମାସେ ହେଲାଣି, ଏବେ କେବଳ କ୍ୟାମେରା ପାଇଁ ସାଙ୍ଗରେ ଅଛନ୍ତି କରଣ-ତେଜସ୍ୱୀ !

ମୁମ୍ବାଇ: କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ | ରିଆଲିଟି ସୋ’ ବିଗ୍ ବସ୍ ସିଜନ୍ ୧୫ରେ ଉଭୟ କଳାକାର ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିଲେ | ସୋ’ ଶେଷ ହେବା ପରେ ବି ଉଭୟଙ୍କୁ ସାଥିରେ ଦେଖାଯାଇଥିଲା | କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ହେବ ବୋଲି କୁହାଯାଉଥିଲା | ହେଲେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇସାରିଥିବା କୁହାଯାଉଛି |

କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଜଣେ ବନ୍ଧୁ ନିଜ ନାମ ଗୋପନ ରଖି କହିଛନ୍ତି ଯେ, “କରଣ ଏବଂ ତେଜସ୍ୱୀ ଏବେ ଆଉ ପରସ୍ପରକୁ ଡେଟ କରୁନାହାଁନ୍ତି। ସେମାନଙ୍କ ବ୍ରେକଅପ୍ ହେବାର ଏକ ମାସରୁ ଅଧିକ ସମୟ ହୋଇଗଲାଣି | ଯଦିଓ ସେମାନଙ୍କ ବ୍ରେକଅପ୍ ହେବାର ପ୍ରକୃତ କାରଣ ଜଣା ପଡିନାହିଁ, ହେଲେ ମୁଁ ଯେତିକି ଜାଣିଛି କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ହଉଥିଲା | ଦୁହେଁ ଏବେ ନିଜ ବ୍ରେକଅପ ହୋଇଥିବାର ଘୋଷଣା କରିବେ ନାହିଁ | କାରଣ ସେମାନଙ୍କ ପ୍ରଶଂସକ ସେମାନଙ୍କୁ ସାଙ୍ଗରେ ଦେଖିବାକୁ ପସନ୍ଦ କରୁଛନ୍ତି | ଏହି କାରଣରୁ ସେମାନେ ସାଙ୍ଗ ହୋଇ ବିଭିନ୍ନ ପାର୍ଟିକୁ ଯାଉଛନ୍ତି |”

ହେଲେ ଦୁହିଁକୁଙ୍କ ଟିମ ଏହି ଖବରକୁ ଅସ୍ବୀକାର କରିଛନ୍ତି | ଏପର୍ଯ୍ୟନ୍ତ କରଣ ଓ ତେଜସ୍ୱୀ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି |

ସମ୍ବନ୍ଧିତ ଖବର