ଏପରି କରନ୍ତୁ ଭେଣ୍ଡିର ସେବନ, ମୋଟାପଣକୁ ଚୁଟକିରେ କରିବ ଦୂର

ଭେଣ୍ଡି ଖାଇବାକୁ କେତେକଙ୍କୁ ପସନ୍ଦ ଥିବା ବେଳେ ଅନେକଙ୍କୁ ଏହା ରୁଚି ନଥାଏ। କାରଣ ଅନେକ ଲୋକ ଭେଣ୍ଡିରେ ଥିବା ଉପକାରୀ ଗୁଣକୁ ଚିହ୍ନି ପାରି ନଥାଆନ୍ତି। ଭେଣ୍ଡିରେ ପାଣି ମିଶାଇ ପିଇଲେ ଏହା ଶରୀର କେତେକ ରୋଗକୁ ଦୂର କରି ପାରେ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ପ୍ରଥମେ ଆପଣ ୫ରୁ ୭ଟି ମଧ୍ୟମ ଆକାରର ଭେଣ୍ଡିକୁ ପରିସ୍କାର କରି ଧୋଇ ଦିଅନ୍ତୁ। ଏହାପରେ ମଝିରୁ କାଟି ଦିଅନ୍ତୁ। ଏହାକୁ ଏକ ପାତ୍ରରେ କିଛି ପାଣି ଦେଇ ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ଉଠି ଭେଣ୍ଡି ଖଣ୍ଡଗୁଡ଼ିକୁ ଚିପୁଡ଼ି ବାହାର କରି ନିଅନ୍ତୁ। ସେହି ପାଣିରେ ଆଉ କିଛି ସାଦା ପାଣି ମିଶାଇ ଏକ ଗ୍ଲାସ୍‌ କରନ୍ତୁ।

AllIndiaRoundup

ସକାଳୁ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ । ଭେଣ୍ଡି ମିଶା ପାଣି କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିବାରେ ସହାୟକ ହୋଇଥାଏ। ତେଣୁ ଏହି ପାଣିକୁ କିଛିଦିନ ସେବନ କଲା ପରେ ପାର୍ଥକ୍ୟ ଆପଣ ନିଜେ ଅନୁଭବ କରି ପାରିବେ।

ଏକ ଗ୍ଲାସ ଭେଣ୍ଡି ପାଣିରେ ୬ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌, ୮୦ ମାଇକ୍ରୋଗ୍ରାମ୍‌ ଫୋଲେଟ୍‌, ୩ ଗ୍ରାମ୍‌ ଫାଇବର୍‌ ଓ ୨ ଗ୍ରାମ୍‌ ପ୍ରୋଟିନ୍‌ ମିଳିଥାଏ। ଏହା ଆଜମା ରୋଗୀଙ୍କ ପାଇଁ ଖୁବ୍‌ ଲାଭପ୍ରଦ। ଏହା ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ବି ସାହାଯ୍ୟ କରିଥାଏ।

ସମ୍ବନ୍ଧିତ ଖବର