ଏହି ସବୁ ଉପାୟ ଆପଣାନ୍ତୁ, ସକାଳୁ ଉଠିବାର ସମସ୍ୟା ରହିବ ନାହିଁ !

ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନେ ସକାଳେ ସହଜରେ ଉଠି ପାରନ୍ତି ନାହିଁ । ଏମାନଙ୍କ ମଧ୍ୟରୁ କେତେକ ବିଳମ୍ବିତ ରାତି ଯାଏଁ ଅଫିସ୍‌ କାମ, ବା ଟିଭି ଦେଖା ଅବା ବହି ପଢାରେ ନିମଗ୍ନ ଥାଆନ୍ତି । ସେମାନେ ଡେରିରେ ଶୋଉଥିବା କାରଣରୁ ଭୋର୍‌ରୁ ଉଠିବା ସମ୍ଭବ ହୁଏ ନାହିଁ ବୋଲି କହିଥାଆନ୍ତି । ଆଉ କେତେକ ସେମାନଙ୍କର ଅନ୍ୟାନ୍ୟ ବଦଭ୍ୟାସ ହେତୁ ମଧ୍ୟ ସହଜରେ ସକାଳେ ଉଠି ପାରି ନାହାନ୍ତି ବୋଲି କହନ୍ତି। ତେବେ ସେ ଯାହା ହେଉନା କାହିଁକି ସକାଳେ ଉଠିବା ଏକ ଭଲ ଅଭ୍ୟାସ। ଏହା ସ୍ୱାସ୍ଥ୍ୟପକ୍ଷେ ବି ହିତକାରକ। ଏଣୁ ଅଧିକାଂଶ ଳୋକ ସକାଳୁ ଉଠିବା ପାଇଁ ଚେଷ୍ଟା କରିଥାନ୍ତି। ଏବେ ତ ବହୁ ଲୋକ ଭୋରରୁ ଉଠି ପ୍ରାତଃ ଭ୍ରମଣରେ ଯାଉଛନ୍ତି। ଏଣୁୁ ଯଦି ଆପଣ ବି ସେଭଳି ସକାଳେ ଉଠିବାକୁ ଚାହୁଁଥାନ୍ତି ,ତେବେ ଅବଲମ୍ବନ କରନ୍ତୁ ଏହି ସବୁ ଉପାୟ ।

ଆପଣ ଯଦି ନିମ୍ନୋକ୍ତ ଉପାୟ ଅବଲମ୍ବନ କରିବେ, ତେବେ ସକାଳୁ ଉଠିବାର ଉଠିବାର ସମସ୍ୟା ରହିବ ନାହିଁ । ଆସନ୍ତୁ ଜାଣିବା ଏହି ଉପାୟ ସଂପର୍କରେ…

ଆଲାର୍ମ ଘଡ଼ିକୁ ଶେଯଠୁଁ ଦୂରରେ ରଖନ୍ତୁ -ସକାଳେ ଉଠିବା ପାଇଁ ସାଧାରଣତଃ ଅଧିକାଂଶ ଲୋକ ଶୋଇବା ପୂର୍ବରୁ ଘଣ୍ଟାରେ ଆଲାର୍ମ ଦେଇଥାନ୍ତି ବା କେହି କେହି ମୋବାଇଲରେ ଆଲାର୍ମର ବ୍ୟବସ୍ଥା କରିଥାଆନ୍ତି । ହେଲେ ଆପଣ ଯଦି ସେହି ଘଣ୍ଟା ବା ମୋବାଇଲକୁ ନିଜ ଶେଯ ପାଖରେ ନ ରଖି ଦୂରରେ ରଖିବେ, ତେବେ ଆଲାର୍ମ ଘଣ୍ଟା ବାଜିଲେ ନିଦ ନିଶ୍ଚିତ ରୂପେ ଭାଙ୍ଗିବ ଏବଂ ତାକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଉଠିବାକୁ ପଡ଼ିବ । ପ୍ରଥମ ଦିନ ଏହା ବିରକ୍ତିକର ବୋଧ ହୋଇପାରେ, ମାତ୍ର ୨-୪ ଦିନ ଅଭ୍ୟାସରେ ପଡ଼ିଯିବା ପରେ ଆପଣ ସକାଳେ ଅନାୟାସରେ ଉଠିପାରିବେ।

ପାଣି ବୋତଲ ରଖନ୍ତୁ- ରାତିରେ ଶୋଇବା ପୂର୍ବରୁ ନିଜ ପାଖରେ ଏକ ପାଣି ବୋତଲ ରଖନ୍ତୁ । ରାତିରେ ଯେତେବେଳେ ବି ନିଦ ଭାଙ୍ଗେ, ସେତେବେଳେ ଆଖି ଉପରେ ପାଣି ଛାଟି ଦିଅନ୍ତୁ । ଏହା ଦ୍ୱାରା ସକାଳେ ଆପେ ଆପେ ନିଦ ଭାଙ୍ଗିଯିବ ।

ଶୋଇବା ପୂର୍ବରୁ ଫୋନ୍‌ରେ ଗପନ୍ତୁ ନାହିଁ- ରାତିରେ ଶଯ୍ୟାକୁ ଯିବାର ଅନ୍ୟୁନ ଘଣ୍ଟାକ ପୂର୍ବରୁ ଫୋନରେ କାହା ସହ କଥା ହୁଅନ୍ତୁ ନାହିଁ । କାରଣ ଯେଉଁମାନେ ରାତିରେ ବେଶି ସମୟ ସୋସିଆଲ୍‌ ମିଡିଆ ରେ ସକ୍ରିୟ ରହନ୍ତି, ସେମାନେ ଅନିଦ୍ରାର ଶିକାର ହୋଇଥାଆନ୍ତି ।

ଶୋଇବା ପୂର୍ବରୁ ବହି ପଢନ୍ତୁ- ରାତିରେ ଶୋଇବା ପୂର୍ବରୁ କୌଣସି ସକାରାତ୍ମକ ବିଚାର ଥିବା ପୁସ୍ତକର କିଛି ଅଂଶ ପଢନ୍ତୁ । ଏହା ଦ୍ୱାରା ସହଜରେ ନିଦ ମାଡ଼ିବ ଓ ସକାଳେ ଉଠିବା ମଧ୍ୟ ସହଜ ହୋଇଯିବ ।

ଉତ୍ତମ ଲକ୍ଷ୍ୟ ନେଇ ଶୁଅନ୍ତୁ- ରାତିରେ ଉତ୍ତମ ଲକ୍ଷ୍ୟ ନେଇ ଶୋଇଲେ ସକାଳେ ଉଠିବା ବେଳେ ଆଳସ୍ୟ ଆସିବ ନାହିଁ ଏବଂ ଭୋର ସମୟ ରେ ଉଠି ହେବ ।

 

ସମ୍ବନ୍ଧିତ ଖବର