ମେଷ: ଦିନଟି ଆପଣଙ୍କ ଲାଗି ଆନନ୍ଦଦାୟକ ରହିବ। ଆପଣଙ୍କ ସକାରାତ୍ମକ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। କିଛି ଖୁସି ଖବର ପାଇବେ। କାରବାରରେ ପଇସା ଲଗାଣ ପାଇଁ ଭାବି ପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। କୌଣସି ବିଶେଷ କାର୍ଯ୍ୟରେ ଆପଣଙ୍କୁ ଲାଭ ହେବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର େଖାଲିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।
ମିଥୁନ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କିଛି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ନୂଆ ଦାୟିତ୍ବ ନେବାରେ ସ˚କୋଚ କରନ୍ତୁ ନାହିଁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।
କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି। ଆଜି କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ; ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।
ସି˚ହ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଦୁର୍ଗା।
କନ୍ୟା: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ଫାଇଦା ହେବ। ମହିଳା ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।
ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି କାମ କରିବେ ଖୁବ୍ ଆରାମରେ ପୂରା ହେବ। ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।
ବିଛା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଯାହା ବି କାମ କରିବେ ଖୁବ୍ ଆରାମରେ ପୂରା ହେବ। କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠୁଁ ଅଧିକ ଫାଇଦା ହେବ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।
ଧନୁ: ଆଜି ଭଲ ଫଳାଫଳ ମିଳିବା ଯୋଗ ରହିଛି। ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଦ୍ବାରା ଭବିଷ୍ୟତରେ ସେ ସହାୟତା କରିବେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା କପିଳାସ।
ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ବେପାରୀଙ୍କୁ ଧନଲାଭ ହେବ। ପରିବାରରେ ଖୁସିର ମାହୋଲ ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।
କୁମ୍ଭ: ଆଜିର କାମ ଆପଣଙ୍କ ପାଇଁ ଆହ୍ବାନଭରା ହୋଇପାରେ। ଶତ୍ରୁ କ୍ଷତି କରିପାରନ୍ତି। ତେଣୁ ସତର୍କ ରହନ୍ତୁ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।
ମୀନ: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଘରର ବାତାବରଣ ଠିକ୍ ରହିବ। ମହିଳାଙ୍କର ସାହିତ୍ୟ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।