ଭୁବନେଶ୍ବରରେ ପୁଣି ୧୮ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ବଢ଼ିବାରେ ଲାଗିଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୨୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ବିଏମ୍‌ସି କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଗୁରୁତ୍ବ ଦେଇଛି। ବିଭିନ୍ନ ଅଞ୍ଚଳରେ ଆଜି ପୁଣି ୧୮ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି।

ସତ୍ୟନଗର ପ୍ଲଟ୍‌ ନଂ ୭୩, ପଳାସପଲ୍ଲୀ ବିଡିଏ କଲୋନି ପ୍ଲଟ୍‌ ନଂ ସି-୩୯, ମଧୁସୂଦନ ନଗର, ନୂଆପଲ୍ଲୀ ଶ୍ରୀରାମବିହାର ଆପାର୍ଟମେଣ୍ଟ ଫ୍ଲାଟ୍‌ ନଂ ୩୦୧, ଖଣ୍ଡଗିରିରେ ଥିବା ଏଲ୍‌ଆଇସି ଜୀବନଆନନ୍ଦ ଏ୪, ୪ର୍ଥ ମହଲା, ପୋଖରୀପୁଟ୍‌ ଫେଜ୍‌-୨ ଇନ୍ଦ୍ରପ୍ରସ୍ଥ କଲୋନି ପ୍ଲଟ୍‌ ନଂ ୫୦, ନୂଆପଲ୍ଲୀ ରାଜଧାନୀ ଗ୍ୟାସ୍‌ ନିକଟ ପ୍ଲଟ୍‌ ନଂ ୧୨୮୯, କଳିଙ୍ଗ ବିହାର ଟାଟା ଏରିନା ଫ୍ଲାଟ୍‌ ନଂ ୯୦୨, ଘାଟିକିଆ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଫ୍ଲାଟ୍‌ ନଂ ସି-୪୦୧, କଳିଙ୍ଗ ଷ୍ଟୁଡିଓ ଛକ କୈଳାଶ ରେସିଡେନ୍ସି ଫ୍ଲାଟ୍‌ ନଂ ୨୦୬, ନୀଳାଦ୍ରିବିହାର ପ୍ଲଟ୍‌ ନମ୍ବର ୩୧୧/୨୦୪୭, ମଞ୍ଚେଶ୍ବର ଇଡ୍‌କୋ କଲୋନି ଏମ୍‌ଆଇଜି ବି୧/୧୧୭, ପଟିଆ କ୍ରିଷ୍ଣା ଏନ୍‌କ୍ଲେଭ୍‌ ଫ୍ଲାଟ୍‌ ନଂ ୨୪, ପଟିଆ ପ୍ଲଟ୍‌ ନଂ ୩୬୮/୧୯୦୬/୩୫୭୬, ଡମଣା ଛକ ବସେରା ହାର୍‌ମୋନି, ମୈତ୍ରୀ ବିହାର କ୍ବାର୍ଟର୍ସ ଡି-୧୭, ଜୟଦେବ ବିହାର ପ୍ଲଟ୍‌ ନଂ ୧୧୭/୩୩୫୩କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏଠାକୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର