ମା’ ମଙ୍ଗଳା ୟୁଥ୍ କ୍ଲବରୁ ୪୩ ୟୁନିଟ୍‌ ସଂଗୃହୀତ

ବିଶ୍ବ ଏଡସ୍ ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ବର: ବିଶ୍ବ ଏଡସ୍ ଦିବସ ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ମଙ୍ଗଳା ୟୁଥ୍ କ୍ଲବ୍ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ସ୍ଥାନୀୟ ଜିଜିପି କଲୋନି, ରସୁଲଗଡ଼ସ୍ଥିତ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ କର୍ପୋରେଟର୍‌ ବିପ୍ଳବ ବେହେରା, ପୂର୍ବତନ କର୍ପୋ‌‌‌ରେଟର୍‌ ଜ୍ୟୋତ୍ସ୍ନାରାଣୀ ରାଉତରାୟ, ପ୍ରତାପ ରାଉତରାୟ ଓ ସମାଜସେବୀ ପ୍ରକାଶ ରାଉତରାୟ ଓ ପ୍ରଦୀପ ବରିସଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

କ୍ଲବ୍‌ ପକ୍ଷରୁ ସଭାପତି ଆଶିଷ ରାଉତ, ସଂପାଦକ ଅସ୍ମିତ ଦାଶ ଓ ଉପସଭାପତି ସନ୍ଦୀପ ମହାନ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ। ବିକାଶ ଜେନା, ରଶ୍ମିରଂଜନ ପରିଡ଼ା, କୃଷ୍ଣଚନ୍ଦ୍ର ବେହେରା, ସୌମିକ୍ ମହାନ୍ତି, ରଶ୍ମିରଂଜନ ଭୂୟାଁ , ଲିକନ୍ ଜେନା ଓ ଅନ୍ୟ ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର ସହକର୍ମୀମାନେ ରକ୍ତସଂଗ୍ରହ କରିଥିଲେ। ଅନୁଷ୍ଠାନର ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛା ରକ୍ତଦାତାଙ୍କ ସମେତ ମୋଟ ୪୩ଜଣ ରକ୍ତଦାତା ଶିବିରରେ ରକ୍ତଦାନ କରିଥିଲେ। ଆମ ଓଡ଼ିଶା ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର