ଶ୍ୱେତ ସଂକେତର ସମାବର୍ତ୍ତନ ସମାରୋହ

ଭୁବନେଶ୍ୱର: ଶ୍ୱେତ ସଂକେତର ୩୫ତମ ସମାବର୍ତ୍ତନ ସମାରୋହ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତିରୁପତିର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସତ୍‌ ସଂକଳ୍ପ, ରସିକତା ଓ ଭାବାବେଗ ବିନା ସାହିତ୍ୟ ଆଗକୁ ବଢ଼ିପାରିବ ନାହିଁ। ମୁଖ୍ୟବକ୍ତା ସାହିତ୍ୟିକ ଦାଶ ବେନହୁର କହିଲେ ଯେ ଆନନ୍ଦର ସମସ୍ତ ଉତ୍ସ ମଧ୍ୟରୁ କେବଳ ସାହିତ୍ୟ ହିଁ ଚିରନ୍ତନ ଆନନ୍ଦ।

ସୁଚେତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରତିଷ୍ଠାତା ଦେବେନ୍ଦ୍ରନାଥ ଦାଶ ଅନୁଷ୍ଠାନର କାର୍ଯ୍ୟଧାରା ଉପସ୍ଥାପନା କରିଥିବା ବେଳେ ଅମୂଲ୍ୟ ଦାଶ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଶ୍ୱେତ ସଂକେତର ବିଷୁବ ସଂଖ୍ୟା ଓ ଇନ୍ଦ୍ରମଣି ଜେନାଙ୍କ ଇତିହାସ ପୁସ୍ତକ ‘ଦିଗ୍‌ବିଜୟୀ ଗଜପତି’ ଲୋକାର୍ପିତ ହୋଇଥିଲା। ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଶୈଳେଶ୍ୱର ନନ୍ଦଙ୍କୁ ​‘ଶ୍ୱେତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ମୁନିୟ ମହାଲିକ, ଗୌରାଙ୍ଗ କୁମାର ସାହୁ, ନୀହାରିକା ରାୟ ବରାଳ, ସୁମିତ୍ରା ମିଶ୍ର, ପ୍ରମୋଦା ଦେବୀ, ଜଗତ ଚନ୍ଦ୍ର ଦାସ, ରାମଚନ୍ଦ୍ର ମିଶ୍ର, ନଳିନୀ କୁମାର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ, କୁମୁଦ ଚନ୍ଦ୍ର ପଣ୍ଡା, ହରିକୃଷ୍ଣ ନାୟକ, ରମାରମଣ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା। ଗୌରାଙ୍ଗ ଚରଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଦେବାଶିଷ ମହାପାତ୍ର, ଗୀତାଶ୍ରୀ ପ୍ରିୟମ୍ୱଦା ଓ ଉମାକାନ୍ତ ମହାପାତ୍ର ମୂଲ୍ୟାଙ୍କନ କରିଥିଲେ। ସତ୍ୟଶଙ୍କର ଦାଶ, ଗୀତାଞ୍ଜଳି ନନ୍ଦ, ଦମୟନ୍ତୀ ଦାଶ ଓ ଆଶାଲତା ଦାଶ ସହଯୋଗ କରିଥିବା ବେଳେ ମନୋଜ କୁମାର ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର