ଚଳିତବର୍ଷ ପ୍ରବାସୀ ଭାରତୀୟ ପ୍ରେମିକ ଗୌତମଙ୍କୁ ବିବାହ କରିପାରନ୍ତି କଣ୍ଠଶିଳ୍ପୀ କନିକା କପୁର

ମୁମ୍ବାଇ: ନିଜର ପ୍ରବାସୀ ଭାରତୀୟ ବ୍ୟବସାୟୀ ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁର। ଚଳିତବର୍ଷ ମେ ମାସରେ ସେ ତାଙ୍କର ପ୍ରବାସୀ ପ୍ରେମିକ ଗୌତମଙ୍କୁ ବିବାହ କରିବେ ବୋଲି ସୂଚନା ରହିଛି।

 

 

View this post on Instagram

 

A post shared by Instant Bollywood (@instantbollywood)

ତେବେ ନିଜର ବିବାହକୁ ନେଇ କନିକା ଏଯାଏ ସେପରି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ବିଶେଷ ସୂତ୍ରରୁ ଜଣାପଡୁଛି ଯେ କନିକା ଏବଂ ଗୌତମ ପରସ୍ପରଙ୍କୁ ପ୍ରାୟ ବର୍ଷେରୁ ବେଶି ହେବ ଡେଟିଂ କରୁଥିବା ବେଳେ ଚଳିତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

 

 

View this post on Instagram

 

A post shared by Kanika Kapoor (@kanik4kapoor)

କନିକା ପୂର୍ବରୁ ୧୯୯୮ ମସିହାରେ ରାଜ୍‌ ଚନ୍ଦଙ୍କୁ ବିବାହ କରିଥିଲେ। ୨୦୧୨ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। ରାଜ୍‌ ମଧ୍ୟ ଜଣେ ପ୍ରବାସୀ ଭାରତୀୟ ଥିଲେ। ସେମାନଙ୍କର ଜଣେ ପୁଅ ଓ ୨ ଜଣ ଝିଅ ମଧ୍ୟ ଅଛନ୍ତି।

 

 

View this post on Instagram

 

A post shared by Kanika Kapoor (@kanik4kapoor)

ଉଲ୍ଲେଖଯୋଗ୍ୟ, କନିକା ସନ୍ନି ଲିଓନଙ୍କ ରାଗିଣୀ ‘ଏମ୍‌ଏମ୍‌ଏସ୍‌୨’ର ‘ବେବି ଡଲ୍‌’ ଗୀତ ଗାଇ ବେଶ ପ୍ରସିଦ୍ଧି ପାଇଛନ୍ତି। ପରେ ସେ ‘ଚିତିୟା କଲେଇଁଆ’, ‘ପ୍ରେମିକା’, ‘ଦେଶୀ ଲୁକ୍‌’, ‘ଦା ଦା ଦସେ’, ‘ବିଟ୍‌ ପେ ବୁଟି’ ଗୀତ ଗାଇ ‌ଲୋକମାନଙ୍କ ପ୍ରିୟ ପାଲଟି ପାରିଛନ୍ତି। ଏହା ଛଡ଼ା ସେ ‘ପୁଷ୍ପା’ଗୀତ ‘ଓ ଅନ୍ତୱା’ର ହିନ୍ଦୀ ଭର୍ସନ ମଧ୍ୟ ଗାଇଛନ୍ତି।

ସମ୍ବନ୍ଧିତ ଖବର