ଆଜି ପହିଲି ରଜ, ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର: ଆସନ୍ତାକାଲି ପହିଲି ରଜ। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଚଳିତ ବର୍ଷ କରୋନା କଟକଣା କୋହଳ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି।

ଆସନ୍ତାକାଲିଠାରୁ ରଜ ଉତ୍ସବ। ନନ୍ଦନକାନନରେ ଅଧିକ ପର୍ଯ୍ୟଟକ ଆସିବାକୁ ନେଇ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲାଯିବ, ଯାହାକି ପର୍ଯ୍ୟଟକମାନେ ଟିକେଟ ନେଇପାରିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ। ଏହା ସହ ସିସିଟିଭି ମାଧ୍ୟମରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ। ପର୍ଯ୍ୟଟକମାନଙ୍କ ପାଖରୁ ବିଭିନ୍ନ ସମୟରେ ପକେଟମାର ହେଉଥିବାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ ମୁତୟନ କରାଯିବ।

ବୋଟିଂ ସ୍ଥଳରେ କୌଣସି ଅଘଟଣକୁ ଏଡାଇବା ପାଇଁ ଓଡ୍ର।ଫ ଓ ଅଗ୍ନିଶମ ବିଭାଗ ଟିମ୍ ନିୟୋଜିତ ରହିବେ। କୌଣସି ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସ୍ବାସ୍ଥ୍ୟ ବିଭାଗ ନିୟୋଜିତ ରହିବେ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି । ଏହା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦୁଇ ପାଖରେ ଥିବା ଗାଁର ଜିଲ୍ଲା ପରିଷଦ ଓ ସରପଞ୍ଚକୁ ନେଇ ହୋଇଛି ବୈଠକ। କିଭଳି ଭାବରେ ରଜ ସମୟରେ ପର୍ଯ୍ୟଟକଙ୍କର କୌଣସି ଅସୁବିଧା ହୁଏ ସେହି ଭଳି କାର୍ଯ୍ୟ କରାଯିବ। ରଜ ସମୟରେ ଦୈନିକ  ୩୦ରୁ ୩୫ ହଜାର ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥାନ୍ତି ବୋଲି କହିଛନ୍ତି କର୍ତ୍ତୃପକ୍ଷ।
ଏହା ସହ ଆସନ୍ତାକାଲି ପହିଲି ରଜ ଥିବାରୁ ହଜାର ହଜାର ପର୍ଯ୍ୟଟକ ଆସିବାର ଲକ୍ଷ୍ୟ ରଖାଯାଇଛି। ଆଜି ସୋମବାର ରହିଥିବାରୁ ନନ୍ଦନକାନନ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ଖୋଲାଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ। ଏଥିପ୍ରତି ସତର୍କ ରହିଛନ୍ତି କର୍ତ୍ତୃପକ୍ଷ।

ସମ୍ବନ୍ଧିତ ଖବର