ଓଡ଼ିଶା ମେଡିକାଲ ଏକ୍ସପୋ ଆରମ୍ଭ

ଭୁବନେଶ୍ବର: ମେକ୍‌-ଇନ୍‌-ଏକ୍ସପୋ ଓ ମଙ୍ଗଲମ୍‌ ପ୍ରା.ଲି ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ମେଡିକାଲ ଏକ୍ସପୋର ତୃତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଉତ୍କଳ ଫର୍ମାସିଟିକାଲ ମାନୁଫ୍ୟାକଚର୍ସ ଆସୋସିଏସନ ସହଯୋଗରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ମେଡିକାଲ ଉପକରଣ ଓ ଯନ୍ତ୍ରାଶଂଗୁଡ଼ିକର ପ୍ରଦର୍ଶନୀ ହେଉଛି।

ଶୁକ୍ରବାର ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ କିପେ ଗୁପ୍ତା, ଡ୍ରଗସ୍‌ କଣ୍ଟ୍ରୋଲର ଡ. ନୀଳମାଧବ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର