ଲିଲି-ଇନ୍‌ରେ ପଖାଳ ଦିବସ

ଭୁବନେଶ୍ୱର: ପଖାଳ ଦିବସ ଅବସରରେ ସ୍ଥାନୀୟ ଲିଲି-ଇନ୍ ରେସ୍ତୋରାଁରେ ପ୍ରେମ -ପଖାଳ ନାମରେ ପଖାଳ ଉତ୍ସବର ଆୟୋଜନ କରାଯାଇଥିଲା। ସଂଗୀତକାର ପ୍ରେମ୍‌ ଆନନ୍ଦଙ୍କ ନାମରେ ନାମିତ ଏହି ପଖାଳ ଉତ୍ସବ ଗ୍ରୀଷ୍ମ ପ୍ରବାହ ଶେଷ ଯାଏ ଚାଲିବାକୁ ଯୋଜନା ରହିଥିବା ରେସ୍ତୋରାଁ ପରିଚାଳକ ଶୁଭେନ୍ଦୁ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପଖାଳର ଅନେକ ଉପାଦେୟତା ରହିଛି।

ଏହାକୁ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଂଚାଇବାକୁ ଚାହୁଛୁ। ସେଥିପାଇଁ ଏହାର ନାମ ‘ପ୍ରେମ-ପଖାଳ’ ରଖାଯାଇଛି। ପଟିଆସ୍ଥିତ ଲିଲି-ଇନ୍‌ରେ ବସି ଲୋକମାନେ ଖାଇପାରିବେ। ଯେଉଁମାନେ ଘରେ ବସି ଖାଇବାକୁ ଚାହିବେ ସେମାନଙ୍କୁ ଅନ୍‌ଲାଇନ୍‌ ଡେଲିଭରି ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଅବସରପ୍ରାପ୍ତ ଆୟକର ଆୟୁକ୍ତ ଶରତ କୁମାର ଦାସ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସମାଜସେବୀ ନମ୍ରତା ଚଢ଼ା, ବିଜେଡି ମୁଖପାତ୍ର ସୁଲତା ଦେଓ, ସମାଜସେବୀ ଲିଙ୍କନ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ମନୋଜ ପାଲ, ପ୍ରଭୁ ମହାନ୍ତି, ମନୋଜ ଦାସ, ଗାୟିକା ଜୟଶ୍ରୀ ଧଳ, ସୁସ୍ମିତା ଦାସ, ରାଜନେତା ଶଙ୍କର୍ଷଣ ପରିଡ଼ା, ଲୀଳାବତୀ ସାହୁ ଓ ଭିଡିଓ କନଫରେନ୍ସରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଯୋଗ ଦେଇଥିଲେ।

ଆକର୍ଷଣ ଥିଲେ ସିନେ ତାରକା ଲୋହିତାକ୍ଷ ଓ ସୋନମ। ସମାଜସେବୀ ଶୁଚିସ୍ମିତା ପରିଚାଳନା କରିଥିବା ବେଳେ ଲିଲି-ଇନ୍‌ ମ୍ୟାନେଜର ଲିଜନ ପରିଡ଼ା, ସହକାରୀ ମ୍ୟାନେଜର ମୋନାଲିସା ତ୍ରିପାଠୀ ଓ ଅନ୍ୟକର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର