ଭୀମଟାଙ୍ଗୀରେ ଶିବ ବିବାହ

ପୁରୁଣା ଭୁବନେଶ୍ୱର: ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମେଶ୍ବର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ମହା ଆଡ଼ମ୍ବରରେ ଠାକୁରଙ୍କ ବିବାହ ନୀତି ସମାପନ ହୋଇଛି। ଆଜି ସନ୍ଧ୍ୟାରେ ମହାଦେବ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଭୀମେଶ୍ବର ମନ୍ଦିରକୁ ଆସିଥିଲେ।

ସମିତିର ସଭାପତି ପୁରୁଷୋତ୍ତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ, କେଳୁଚରଣ ପାହାଡ଼ସିଂ, କର୍ପୋରେଟର ଶିବ ନାରାୟଣ ରାୟ ପ୍ରମୁଖ ଭାଗ ନେଇଥିଲେ। ଘଣ୍ଟ ବାଦ୍ୟ ଓ ଡିଜେ ବାଦ୍ୟରେ ଠାକୁର ଶୋଭାଯାତ୍ରା କରି ଯାଇଥିଲେ। ସେହିପରି ଆସନ୍ତା ରବିବାର ଶୀତଳଷଷ୍ଠୀରେ ନବ ଦମ୍ପତିଙ୍କୁ ଭୀମଟାଙ୍ଗି ପେଜ୍–୧ ଓ ଫେଜ୍–୨ ପରିକ୍ରମା ପରିକ୍ରମା କରାଯିବ। ଘଣ୍ଟବାଦ୍ୟ, ଶଙ୍ଖ, ମହୁରୀ ଓ ଡିଜେ ଓ ପାରମ୍ପରିକ ବାଦ୍ୟରେ ଦେବଦେବୀ ଯାତ୍ରା କରିବେ।

ସମ୍ବନ୍ଧିତ ଖବର