ଆଜିଠୁ ଆରମ୍ଭ ହେବ ରେଡିଓ ଚକଲେଟ୍‌ ଅଲରାଉଣ୍ଡର-୨

ଭୁବନେଶ୍ବର: ‌କଲେଜ ଛାତ୍ରଛାତ୍ରୀମାନଙ୍କ ପାଖରେ ଥିବା ବହୁବିଧ ପ୍ରତିଭାକୁ ସାମ୍‌ନାକୁ ଆଣିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରେଡିଓ ଚକ୍‌ଲେଟ୍‌ ୧୦୪ ଏଫଏମ ପ୍ରସ୍ତୁତ ଚକ୍‌ଲେଟ୍‌ ଅଲରାଉଣ୍ଡରର ଦ୍ବିତୀୟ ସଂସ୍କରଣ। ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଟାଇମ୍‌ସ ସ୍କୋଲାର ଗୁରୁକୁଳ କଲେଜ କ୍ୟାମ୍ପସରୁ ଆରମ୍ଭ ହେବ। ଆଗକୁ ଏହା ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସିପେଟ୍‌, ହାଇଟେକ୍‌ ମେଡିକାଲ କଲେଜ, କଟକସ୍ଥିତ ଏନଏସଏମ ସିଟି କଲେଜ, ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂ ଓ ଗୀତା ଆଦି କଲେଜ ମାନଙ୍କରେ ଅନୁଷ୍ଠିତ ହେବ। ଗୀତ, ନାଚ, ସଂଳାପ, ମିମିକ୍ରି, ଏକକ ଅଭିନୟ ଆଦି କ୍ଷେତ୍ରରେ ପ୍ରତିଭା ଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ କଲେଜରୁ ୩ଜଣ ଫାଇନାଲିଷ୍ଟ ବଛାଯିବେ। ସମସ୍ତ ଫାଇନାଲିଷ୍ଟଙ୍କୁ ନେଇ ସେପ୍ଟେମ୍ବର ୨୧ରେ ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଗାୟିକା ନାଭ୍ୟା ଓ ପ୍ରଜ୍ଞା ହୋତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ସମ୍ବନ୍ଧିତ ଖବର