କମ୍ୟୁନିଷ୍ଟ ନେତା ଶିବରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଭୁବନେଶ୍ବର: କମ୍ୟୁନିଷ୍ଟ ନେତା ତଥା ସିପିଆଇ(ଏମ୍ଏଲ) ରେଡଷ୍ଟାରର ରାଜ୍ୟ ସମ୍ପାଦକ ଶିବରାମଙ୍କର ପ୍ରତିମୂର୍ତ୍ତି ରାଜ୍ୟ କାର୍ଯ୍ୟାଳୟ ଇନ୍‌କିଲାବ ଭବନରେ ଉନ୍ମୋଚିତ ହୋଇଯାଇଛି। ସିପିଆଇ(ଏମ୍ଏଲ୍) ରେଡଷ୍ଟାରର ସର୍ବଭାରରତୀୟ ସାଧାରଣ ସଂପା।ଦକ କେ.ଏନ୍ ରାମଚନ୍ଦ୍ରନ୍ ଯୋଗ ଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସେ ଆଜିର ନବ୍ୟଉଦାରବାଦ ଅର୍ଥନୀତି ସହ ଫାସୀବାଦର ସଂପର୍କ ଏବଂ ଦେଶରେ ଯେଉଁ ଏକଛତ୍ରବାଦ ଶାସନ ଚାଲିଛି ତାହା ବିରୋଧରେ ବିପ୍ଳବୀ କମ୍ୟୁନିଷ୍ଟ ମାନଙ୍କର ଭୂମିକା ଓ ଜନଗଣ ପାଖରେ ଏକ ବିକଳ୍ପ ନୀତି ଉପସ୍ଥାପନ ଉପରେ ଗୁରୁତ୍ବ ଦେଇଥିଲେ।

ଏହାସହ ସେ କହିଥିଲେ ଯେ ଚଳିତ କୃଷକ ଆନ୍ଦୋଳନ ଏକ ଶକ୍ତିଶାଳୀ ଶ୍ରମିକ କୃଷକ ଐକ୍ୟବଦ୍ଧ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ବଡ଼ ଦିଶା ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ଶିବରାମଙ୍କ ସ୍ତ୍ରୀ ପ୍ରମିଳା, ସିପିଆଇ (ଏମ୍ଏଲ୍) ରେଡଷ୍ଟାରର ରାଜ୍ୟ କମିଟି ସଦସ୍ୟା ହେନା ବାରିକ, ଶିବରାମଙ୍କ ସ୍ମୃତି ରକ୍ଷା କମିଟିର ଅଧ୍ୟକ୍ଷ ବିଶ୍ଵପ୍ରିୟ କାନୁନଗୋ, ବସ୍ତି ସୁରକ୍ଷା ମଞ୍ଚର ଉପ ସଭାପତି ସରୋଜ ଦାସ, ଟିୟୁସିଆଇର ସାଧାରଣ ସଂପାଦକ ସଂଞ୍ଜୟ ସଂଘଭି, ରାଜେନ୍ଦ୍ର ପ୍ରସାଦ ବାରିକ, ଉର୍ମିଳା, ଦୀପା, ଉଷା, ସୌରା ଯାଦବ, ପ୍ରଦୀପ ସିଂହ ଠାକୁର, ଅକ୍ଷୟ, ଅସିମ ଗିରି, ରାଜୁ, ତୁହିନ, ଅଲିକ ଚକ୍ରବର୍ତ୍ତୀ, ଶଙ୍କର, ବିଜୟ ପ୍ରମୁଖ ଉପସ୍ଥିତ ରହି କମ୍ୟୁନିଷ୍ଟ ନେତା ଶିବରାମଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର