ବିଜୁ କୃଷକ ଜନତା ଦଳ ରାଜ୍ୟ କମିଟି ସହ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ପୂର୍ବରୁ ବିଜୁ କୃଷକ ଜନତା ଦଳର ସଂଗଠନକୁ ସୁଦୃଢ କରିବା ପାଇଁ କୃଷକ ଜନତା ଦଳର ସଭାପତି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କମିଟିର ଉପସଭାପତି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ, କଳାହାଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେବଙ୍କୁ ନିଯୁକ୍ତି ଦିଆଯାଇଛି।

କୃଷକ ଜନତା ଦଳର ସାଧାରଣ ସଂପାଦକ ଭାବେ ମନୋଜ କୁମାର ମହାପାତ୍ର, ତିରୁପତି ବନାଗାଡି, ସରୋଜ କୁମାର ପ୍ରଧାନ, ଉତ୍ତର କୁମାର ପାତ୍ର ଏବଂ ଜୟନ୍ତ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହାସହ ଅନେକ ଜିଲ୍ଲାର ସଭାପତିଙ୍କୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର