ଧରାପଡ଼ିଲା ପେସାଦାର ଏଟିଏମ୍‌ ଲୁଟେରା, ନିରୀହ ଲୋକଙ୍କ ଟଙ୍କା ଉଠାଇ ଦେବା ବହାନାରେ ଲୁଟି ଥିଲା ଲକ୍ଷାଧିକ ଟଙ୍କା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ରବିବାର ଅପରାହ୍ନରେ ପେସାଦାର ଏଟିଏମ୍‌ ଲୁଟେରାକୁ ସାରଙ୍ଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଶଙ୍କରାଖୋଲର ପ୍ରଭାକର ପ୍ରଧାନ ବୋଲି ଜଣାପଡ଼ିଛି। ନିରୀହ ଲୋକଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ଏହି ଦୁର୍ବୃତ୍ତ ଟଙ୍କା ଲୁଟିବା କାମ କରୁଥିଲା।

ସୂଚନାଯୋଗ୍ୟ, ଯେଉଁ ଲୋକମାନେ ଏଟିଏମ୍‌ ବ୍ୟବହାର କରି ଟଙ୍କା ଉଠାଇ ପାରୁ ନଥିଲେ, ସେମାନଙ୍କୁ ପ୍ରଭାକର ଟାର୍ଗେଟ କରିଥିଲା। ବୋକା ବନାଇ ତାଙ୍କ ଠାରୁ ଏଟିଏମ୍‌ କାର୍ଡ ଆଣି ଟଙ୍କା ଉଠାଇ ଦେବା ବାହାନରେ ପାଖାପାଖି ୧ଲକ୍ଷ ୯୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଜାଲ ବିଛାଇ ଅଭିଯୁକ୍ତ ପ୍ରଭାକର ପ୍ରଧାନକୁ ଗିରଫ କରିଛି। ଗିରଫ କରିବା ସହିତ ସାରଙ୍ଗଡ଼ ପୁଲିସ ଅଭିଯୁକ୍ତ ଠାରୁ ୧୪ଟି ଏଟିଏମ୍‌ କାର୍ଡ ଜବତ କରିଛି। ପୂର୍ବରୁ ଲୁଟ ମାମଲାରେ ବ୍ରହ୍ମପୁର ଜେଲରେ ୬ମାସ ରହିଥିଲା ପ୍ରଭାକର ପ୍ରଧାନ। ଏହି ଅଭିଯୁକ୍ତ ନାମରେ ଗୋଳନ୍ଥରା, ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର