ପଞ୍ଜାବ ସୀମା ଉପରେ ପାକିସ୍ତାନର ନଜର, ୧୦-୧୫ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

ନୂଆଦିଲ୍ଲୀ : କଡା ପ୍ରହରା ଓ ବରଫପାତ ଯୋଗୁଁ ଜାମ୍ମୁ ଓ କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା ମାଧ୍ୟମରେ ଭାରତକୁ ଅନୁପ୍ରବେଶ କରିବା ଧୀରେ ଧୀରେ କଷ୍ଟକର ହୋଇପଡୁଥିବାରୁ ପାକିସ୍ତାନୀ ଆତଙ୍କବାଦୀମାନେ ଏବେ ପଞ୍ଜାବ ସୀମା ଉପରେ ନଜର ପକାଇଛନ୍ତି । ପଞ୍ଜାବ ସୀମା ଦେଇ ଅନୁପ୍ରବେଶ କରିବା ପାଇଁ ଏବେ ପ୍ରାୟ ୧୦-୧୫ ଆତଙ୍କବାଦୀ ଅପେକ୍ଷା କରି ରହିଥିବା ମଲଟି ଏଜେନ୍ସି କୋର୍ଡିନେସନ ସେଣ୍ଟର (ଏମଏସି ) ସୁତ୍ରରୁ ସୂଚନା ହସ୍ତଗତ ହୋଇଛି । ଏଥିପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ପଞ୍ଜାବ ପୁଲିିସକୁ ସତର୍କ କରାଇଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି ।

ଏ ସଂପର୍କରେ ପ୍ରତିରକ୍ଷା ବିଶେଷଜ୍ଞ ଲେପ୍ଟନାଣ୍ଟ ଜେନେରାଲ ବିନୋଦ ଭାଟିଆ (ଅବସରପ୍ରାପ୍ତ) କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀରରେ ଏବେ ଅନୁପ୍ରବେଶ କରି ହିଂସାକାଣ୍ଡ ଘଟାଇବା ଏବେ କଷ୍ଟକର ହୋଇପଡିଛି । ବିଶେଷକରି ସେନାର ନିରନ୍ତର ଅପରେସନ ଫଳରେ ଆତଙ୍କବାଦୀମାନେ ଛାନିଆ ହୋଇପଡିଛନ୍ତି । ପୁଣି ଶୀତଋତୁରେ ବରଫପାତ ଯୋଗୁଁ ଅନୁପ୍ରବେଶ କରିବା ବେଶ ବିପଦପୂର୍ଣ୍ଣ ହୋଇପଡିଛି । ଏଥିପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ ଏବେ ବିକଳ୍ପ ରାସ୍ତା ଖୋଜୁଛନ୍ତି ।

ସମ୍ବନ୍ଧିତ ଖବର