ରେଳ ଲାଇନ‌ର ଦୋହରୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର: ରାୟଗଡ଼ା ଓ କୋରାପୁଟ ଷ୍ଟେସନ ମଧ୍ୟରେ ରେଳ ଲାଇନ‌ର ଦୋହରୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ସାରଣୀରେ ପରିବର୍ତ୍ତନ କରାଯାଇଛି। ଟ୍ରେନ ନଂ ୧୮୫୧୨/୧୮୫୧୧ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ଟ୍ରେନ ବିଶାଖାପାଟଣା ଷ୍ଟେସନରୁ ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ଓ କୋରାପୁଟ ଷ୍ଟେସନରୁ ୩୦ ଏପ୍ରିଲରୁ ୭ ମେ’ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଟ୍ରେନ ନଂ ୧୮୧୨୫/୧୮୧୨୬ ରାଉକେଲା ପୁରୀ ଏକ୍ସପ୍ରେସ ୨୭ ଏପ୍ରିଲରୁ ୨ ମେ’ ପର୍ଯ୍ୟନ୍ତ ଓ ପୁରୀ ଷ୍ଟେସନରୁ ୨୮ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ବାତିଲ ରହିବ। ଏଥିସହିତ ଟ୍ରେନ ନଂ ୦୮୫୪୬/୧୮୫୪୫ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ବିଶାଖାପାଟଣାରୁ ୨୮ ଏପ୍ରିଲରୁ ୮ ମେ’ ପର୍ଯ୍ୟନ୍ତ ଓ କୋରାପୁଟରୁ ୨୮ ଏପ୍ରିଲରୁ ୯ ମେ’ ପର୍ଯ୍ୟନ୍ତ, ଟ୍ରେନ ନଂ ୧୮୧୦୮/୧୮୧୦୭ ଜଗଦଲପୁର-ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ରାଉରକେଲାରୁ ୨୭ ଏପ୍ରିଲରୁ ୭ ମେ ପର୍ଯ୍ୟନ୍ତ ଓ ଜଗଦଲପୁରରୁ ୨୮ ଏପ୍ରିଲରୁ ୮ ମେ ପର୍ଯ୍ୟନ୍ତ, ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ବରୀ ଏକ୍ସପ୍ରେସ ହାଓଡ଼ାରୁ ୨୦ ଏପ୍ରିଲରୁ ୬ ମେ’ ପର୍ଯ୍ୟନ୍ତ ଓ ଜଗଦଲପୁରରୁ ୨୮ ଏପ୍ରିଲରୁ ୮ ମେ’ ପର୍ଯ୍ୟନ୍ତ ଟିଟିଲାଗଡ଼ ଷ୍ଟେସନରୁ ଜଗଦଲପୁର ଷ୍ଟେସନ ମଧ୍ୟରେ ଯାତାୟତ ବନ୍ଦ ରହିବ।

୦୮୪୨୭/୦୮୪୨୮ ଅନୁଗୁଳ-ପୁରୀ-ଅନୁଗୁଳ, ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ, ୧୮୪୫୧/୧୮୪୫୨ ହାତିଆ-ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ, ୨୦୮୦୭/୨୦୮୦୮ ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ, ୨୦୮୩୧/୨୦୮୩୨ ଶାଲିମାର-ସମ୍ବଲପୁର-ସାଲିମାର ଏକ୍ସପ୍ରେସ, ୨୦୮୬୨/୨୦୮୬୧ ଅହମଦାବାଦ-ପୁରୀ-ଅହମଦାବାଦ ଏକ୍ସପ୍ରେସ, ୧୨୧୪୬/୧୨୧୪୫ ପୁରୀ-ଲୋକମାନ୍ୟ ତିଲକ ଟର୍ମିନାଲ-ପୁରୀ ଏକ୍ସପ୍ରେସ ତାଲଚେର ଷ୍ଟେସନ ବଦଳରେ ତାଲଚେର ଷ୍ଟେସନରେ ରହଣି କରିବ।

ସମ୍ବନ୍ଧିତ ଖବର