ଭୁବନେଶ୍ବର: ସାମ୍ବାଦିକ ସମ୍ମଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଦୋଷକୁ ଦେଖାଇଛନ୍ତି । କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ?
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି?
ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା ।
ଏହାବାଦ୍ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ରାଜ୍ୟ ପାଇଁ କ’ଣ କରିଛନ୍ତି। କଟକ-ସମ୍ବଲପୁର ଏନଏଚ କାମ ଆଜିଯାଏ ସରୁନି। ନିର୍ବାଚନ ବେଳେ ଏନଏଚ ୫୫ କାମ ତ୍ୱରାନିତ କଲେ। ପ୍ରକୃତ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ସେ।
ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରି ଭି କେ ପାଣ୍ଡିଆନ କହିଛନ୍ତି, ପୁରୀ ପ୍ରକଳ୍ପକୁ ଜୋରଦାର ବିରୋଧ କରିଥିଲେ। ପୁରୀ ପ୍ରକଳ୍ପ ରାଜନୀତିରୁ ଊର୍ଦ୍ଧ୍ବରେ। ପୁରୀ ପ୍ରକଳ୍ପକୁ ବିରୋଧ କଲେ, ଭାରି ବାଧିଛି। କେବଳ ମୋତେ ନୁହେଁ, ଓଡ଼ିଶାବାସୀଙ୍କୁ ବାଧିଛି।
ବିଜେଡି-ବିଜେପି ମେଣ୍ଟ ପ୍ରଶ୍ନର ଉତ୍ତର ରଖି ଭିକେ ପାଣ୍ଡଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ଆଗ ରାଜନୀତି ପଛ। ରାଜ୍ୟର ସ୍ବାର୍ଥ ପାଇଁ ରାଜନୀତିକୁ ପଛରେ ରଖିଥଲେ।
ସେ ଆହୁରି କହିଛନ୍ତି, ବିଜୁ ବାବୁ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା। କିନ୍ତୁ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଲାନି ବିଜେପି। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଲେନି। ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ବକୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଶିଖାଇଛନ୍ତି। ଓଡ଼ିଆ ଭାଷ ପାଇଁ ବିଜେଡି ଅନେକ କାମ କରୁଛି। ଓଡ଼ିଆ ଭାଷା ପାଇଁ ୧୦ ବର୍ଷରେ ଟଙ୍କାଟିଏ ଦେଇନି କେନ୍ଦ୍ର। ନିର୍ବାଚନ ଆସିଲେ ବିଜେପିର ଓଡ଼ିଆ ପ୍ରେମ ଆସେ। ୪ ତାରିଖରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ। ବିଏସକେଓ୍ବାଇ ବନ୍ଦ କରିବାକୁ ଚାହୁଁଛନ୍ତି ବିରୋଧୀ। ଗତଥର ଅପେକ୍ଷା ଅଧିକ ସାଂସଦ ଆସନ ଜିତିବୁ। ବିଧାନସଭାରେ ତିନି ଚତୁର୍ଥାଂଶରୁ ଅଧିକ ଜିତିବୁ। ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି କାମ ଦିଏ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, କରିକି ଦେଖାନ୍ତି। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ। ମହାବାତ୍ୟା ପରେ ଓଡ଼ିଶାକୁ ପୁରୁଣା ଲୁଗା ରିଲିଫରେ ଆସିଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକଦା ଭାବପ୍ରବଣ ହୋଇଯାଇଥିଲେ।
ସେ ପୁଣି କହିଛନ୍ତି, ବିଜେପିର ଟାର୍ଗେଟ ୪୦ କିମ୍ବା ୫୦ ଆସନ ପାଇଲେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ବିଜେଡିକୁ ଭାଙ୍ଗି ସରକାର କରିବେ।
୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ହେଲେ ବିଜେପି ସାଂସଦ ଥରେ ବି ରାଜ୍ୟ ସ୍ୱାର୍ଥ ପାଇଁ ପାଟି ଫିଟେଇଲେ ନାହିଁ। କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଲଢିବା ଏବଂ ବିଜେଡିର ସାଂସଦ ରାଜ୍ୟ ସ୍ୱାର୍ଥ ପାଇଁ ହିଁ କାମ..
କରୁଛନ୍ତି। ସାଂସଦଙ୍କ ଦାୟିତ୍ୱ ରାଜ୍ୟର ସ୍ୱାର୍ଥ ପାଇଁ ଲଢିବା । କିନ୍ତୁ ଜାତୀୟ ଦଳର ସାଂସଦ କେବଳ ସେମାନଙ୍କ ବସଙ୍କ ପାଇଁ କାମ କରନ୍ତି। ଜାତୀୟ ଦଳର ସାଂସଦଙ୍କ ଉଦ୍ଦେଶ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବା। କିନ୍ତୁ ଏନଏଚ୍ , କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପ ଓଡ଼ିଶାକୁ ଆଣିପାରିଲେ ନାହିଁ। ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଭାବେ ବିଜେପି ସାଂସଦ କଣ ଆଣିଛ।
ବିଜେପି ସରକାରକୁ ଆସିବା ପାଇଁ ଇସ୍ତାହାର ଆଣିଛି। ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଇସ୍ତାହାର ଆଣିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତାହାରକୁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ।