ରାଜେଶ ପ୍ରଭାକର ପାଟିଲ୍‌ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଭୁବନେଶ୍ୱର : ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ  ହରି ବଲ୍ଲଭ ମିଶ୍ରଙ୍କ ନାମ ଉପରେ ଆୟୋଗ ଚୂଡାନ୍ତ ମୋହର ଦେଇଥିଲେ। ମାତ୍ର ତାଙ୍କର ଝିଅ ବାହାଘର ସେହି ସମୟରେ ଥିବା ଦର୍ଶାଇ ଶ୍ରୀ ମିଶ୍ର ନିଜର ଅନିଚ୍ଛା ପ୍ରକାଶ କରିଥିଲେ। ନିଜର ଝିଅର ବାହାଘର ନିମନ୍ତ୍ରଣ କାର୍ଡ ସହିତ ଏକ ଦରଖାସ୍ତ ଲେଖି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଶ୍ରୀ ମିଶ୍ର ଆୟୋଗଙ୍କୁ ଅନୁରୋଧ କରିଥିଲେ।  ଏହାକୁ ଗ୍ରହଣ କରି ଆୟୋଗ ଶ୍ରୀ ପାଟିଲ୍‌ଙ୍କୁ ଏହି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ରିଟର୍ଣ୍ଣି ଅଫିସର ପାଇଁ ରାଜ୍ୟ ସରକାର ଆଇଏଏସ୍‌ ଅଫିସର ହରିବଲ୍ଲଭ ମିଶ୍ର, ନିର୍ମଳ କୁମାର ମିଶ୍ର ଓ ପ୍ରଭାକର ପାଟିଲ୍‌ଙ୍କ ନାମ ଆୟୋଗଙ୍କୁ ସୁପାରିସ କରାଯାଇଥିଲା।

ସମ୍ବନ୍ଧିତ ଖବର