ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି: ପ୍ରଚାରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମିଲ

ରାହୁଲ ଗାନ୍ଧୀଙ୍କ ପାଇଁ ଖାସ୍‌ ଥିବା ଅଭିନେତ୍ରୀ ସୋସିଆଲ ମିଡିଆରେ ସକ୍ରିୟ

ନୂଆଦିଲ୍ଲୀ: ଆଗାମୀ ଡିସେମ୍ବର ୯ରେ ଗୁଜୁରାଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ କଂଗ୍ରେସ ନୂଆଁ ରଣନୀତି ପ୍ରସ୍ତୁତ କରିଛି। କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ସଭା, ସମିତି ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚୁ ଥିବା ବେଳେ ସୋସିଆଲ ମିଡିଆରେ ମତଦାତାଙ୍କ ନିକଟତର ହେବାକୁ ଉଦ୍ୟମ କରୁଛି କଂଗ୍ରେସ। କଂଗ୍ରେସ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ପ୍ରଚାର ପାଇଁ ସାମିଲ କରିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଭିନେତ୍ରୀ ଦିବ୍ୟ ସ୍ପନ୍ଦନ ସୋସିଆଲ ମିଡିଆ କ୍ୟାମ୍ପେନ୍‌ ପାଇଁ ଦାୟିତ୍ୱ ନେଇଛନ୍ତି।

କଂଗ୍ରେସ ପାଇଁ ସୋସିଆଲ ମିଡିଆ ଟିମ୍‌ରେ ହେଉଥିବା ପ୍ରଚାରର ଦାୟିତ୍ୱ ନେଇଛନ୍ତି ଅଭିନେତ୍ରୀ ସ୍ପନ୍ଦନ। କୁହାଯାଉଛି ଯେ, ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ସୋସିଆଲ ମିଡିଆ ଅନେକ ପରିବର୍ତ୍ତନ ଆଣିବ। ଦ୍ରବ୍ୟ ଓ ସେବା କର(ଜିଏସଟି) ନେଇ ରାହୁଲ ଗାନ୍ଧି ଦେଉଥିବା ଭାଷଣକୁ ଅଭିନବ ଶୈଳୀରେ ଉପସ୍ଥାପନ କରାଯାଉଛି, ଯାହାକି ଦଳ ପାଇଁ ଭଲ ଫଳ ଆଣିବ। ସେହିପରି ଗୁଜରାଟରେ ରାହୁଲଙ୍କ ପ୍ରତି ଲୋକମାନଙ୍କ ମନରେ ଥିବା ଭାବନାରେ ପରିବର୍ତ୍ତନ ଆଣିବ।

କଂଗ୍ରେସ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ପ୍ରଚାର ପାଇଁ ସାମିଲ କରିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଭିନେତ୍ରୀ ଦିବ୍ୟ ସ୍ପନ୍ଦନ ସୋସିଆଲ ମିଡିଆ କ୍ୟାମ୍ପେନ୍‌ ପାଇଁ ଦାୟିତ୍ୱ ନେଇଛନ୍ତି। କଂଗ୍ରେସ ପାଇଁ ସୋସିଆଲ ମିଡିଆ ଟିମ୍‌ରେ ହେଉଥିବା ପ୍ରଚାରର ଦାୟିତ୍ୱ ନେଇଛନ୍ତି ଅଭିନେତ୍ରୀ ସ୍ପନ୍ଦନ।

ମା’ କଂଗ୍ରେସର ଅତି ନିକଟତର ଥିବାରୁ ଦିବ୍ୟା ୨୦୧୨ରେ ଦଳରେ ସାମିଲ ହୋଇଥିଲେ। ସେ ୨୦୧୩ରେ କର୍ଣ୍ଣାଟକର ମଣ୍ୟା ଲୋକସଭା ଉପ ନିର୍ବାଚନରେ ବିଜୟିନୀ ହୋଇ ସାଂସଦ ହୋଇଥିଲେ। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହା ପୂର୍ବରୁ ସେ ଯୁବ ସାଂସଦ ଭାବରେ ପାକିସ୍ତାନ ଗସ୍ତ କରି ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ପାକିସ୍ତାନ ଭଲ, ନର୍କ ନୁହେଁ। ଏହି ବୟାନ ନେଇ ସେହି ସମୟରେ ବଡ଼ ବିବାଦ ଉଠିଥିଲା।

ଦିବ୍ୟା ସ୍ପନ୍ଦନ ତାମିଲନାଡୁର ଉଟିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ପଢ଼ିଛନ୍ତି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସେ ସାବତ ପିତାଙ୍କ ସହିତ ରହୁଥିଲେ। ଗ୍ରାଜୁଏସନ୍‌ ପରେ ଦିବ୍ୟାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଫର୍‌ ଆସିବାକୁ ଲାଗିଲା।

ଦିବ୍ୟା ପ୍ରଥମ ଥର ପାଇଁ ୨୦୦୪ରେ ତାମିଲ ଫିଲ୍ମରେ ଅଭୀନୟ କରିବାକୁ ସୁଯୋଗ ପାଇଥିଲେ। ସେ ରମ୍ୟା ନାମରେ ଚଳଚ୍ଚିତ୍ର‘କୁଥ୍‌ଥୁ’ରେ ଅଭୀନୟ କରିବାକୁ ସୁଯୋଗ ପାଇଥିଲେ। ସେଥିପାଇଁ ସେ ରମ୍ୟା ନାମରେ ଅଧିକ ଲୋକପ୍ରିୟ ହୋଇ ପାରିଛନ୍ତି। ଏହା ପରେ ୨୦୦୬ରେ ଚଳଚ୍ଚିତ୍ର‘ତନାନାମ ତନାନାମ’ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର