ଭାଷା ନୁହେଁ ବାଧା! ଏହି ୭ଟି ଭାରତୀୟ ଗୀତ ବିଦେଶୀ ଶ୍ରୋତାଙ୍କୁ ବି ପାଗଳ କରିଛି

ସଂଗୀତ ବିନା ଜୀବନ ଫିକା ଲାଗେ । ମାନସିକ ଅବସାଦକୁ ଦୂର କରିବା ପାଇଁ ସଂଗୀତ ଏକ ଗୁରୁତ୍ୱପୁର୍ଣ୍ଣ ମାଧ୍ୟମ । ଭାରତ ହେଉଛି ଏକ ବହୁ ଭାଷୀ ରାଷ୍ଟ୍ର । ଏଣୁ ବିଭିନ୍ନ ଭାଷାରେ ଗୀତ ତିଆରି ହୋଇଥାଏ ଭାରତରେ । କିନ୍ତୁ ସେହି ଭାଷାଗୁଡ଼ିକୁ ବୁଝିବା ସମସ୍ତଙ୍କ ପାଖେ ସମ୍ଭବ ନୁହେଁ । ତଥାପି କିଛି ଏମିତି ଗୀତ ରହିଛି ଯାହାକୁ ଲୋକ ବୁଝି ନ ପାରିଲେ ମଧ୍ୟ ଉପଭୋଗ କରନ୍ତି । ସଂଗୀତକୁ ଉପଭୋଗ କରିବା ପାଇଁ ଯେ ସଂଗୀତର ଭାଷା ଜାଣିବା ନିହାତି ଦରକାର ତାକୁ ଭୁଲ ପ୍ରମାଣିତ କରିଛି ଭାରତରେ ନିର୍ମଣ କରାଯାଇଥିବା ଏହି କିଛି ଚିରସବୁଜ ଗୀତ । ଯାହା ଭାରତ ଏବଂ ଭାରତ ବାହାରେ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ସେହି ଭିତରୁ ପ୍ରଥମରେ ରହିଛି ମାଲାୟଲମ ଫିଲ୍ମ ‘ଭେଲିପଡ଼ିନ୍ତେ ପୁସ୍ଥକମ୍‌’ର ଗୀତ ଝିମ୍‌କି କମଲ । ଏହି ଗୀତରେ ରୁଷିୟ ମାନେ ନାଚୁଥିବା ବେଳେ ଏହା ଇଣ୍ଟରନେଟ୍‌ ଦୁନିଆରେ ହଲ୍‌ଚଲ୍‌ କରିଛି । ଏତେ ଲୋକପ୍ରିୟତା ପାଇବାର ମୁଖ୍ୟ କାରଣ ହେଲା ଏହି ଗୀତର ଶୀର୍ଷକଟି ଆମେରିକା ଚାଟ୍‌ ସୋ’ର ହୋଷ୍ଟ ଜିମ୍ମୀ କିମେଲଙ୍କ ନାମ ସହ ମିଶୁଛି । ଜଣେ ଟ୍ଵିଟର ବ୍ୟବହାରକାରୀ ଜିମ୍ମୀ କିମେଲଙ୍କୁ ଟ୍ଵିଟ୍‌ କରି ସେ ଏହାକୁ ଦେଖିଛନ୍ତି ନା ନାହିଁ ବୋଲି ପଚାରିଥିଲେ । ଜିମ୍ମୀ କିମେଲ ତାଙ୍କ ଉତ୍ତରରେ ରଖିଥିଲେ ଯେ ଏହି ଗୀତଟିକୁ ସେ ବହୁତ ପସନ୍ଦ କରିଛନ୍ତି । ଏହା ପରଠୁ ଧୀରେ ଧୀରେ ସେହି ଗୀତଟିର ଲୋକପ୍ରିୟତା ବଢ଼ିବାକୁ ଲାଗିଲା । ଏହା ଭାରତର ପ୍ରଥମ ଗୀତ ନୁହେଁ ଯାହାକୁ ଭାରତ ବାହାରେ ଶ୍ରୋତା ପସନ୍ଦ କରିଛନ୍ତି । ଏହାର ବହୁ ପୂର୍ବରୁ ରିଲିଜ୍‌ ହୋଇଥିବା ବଲିଉଡ଼ ଫିଲ୍ମର ଗୀତ ଗୁଡ଼ିକ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି । ସେଗୁଡ଼ିକ ହେଲା-

ରାଜ କପୁରଙ୍କ ଅଭିନୀତ ଆଓ୍ଵାରା ଫିଲ୍ମର ଏହି ଗୀତଟି ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ପାଇଥିଲା । ଏହି ଫିଲ୍ମଟି ରଷିୟାନ ଭାଷାରେ ଡ଼ବ୍‌ କରାଯାଇଥିଲା ଯାହାର ନା ରଖାଯାଇଥିଲା ବ୍ରୋଡ଼ିଆଗା । ଏହି ଗୀତଟି ରାଜ କପୁରଙ୍କୁ ସାରା ପୃଥିବୀରେ ଲୋକପ୍ରିୟ କରାଇଥିଲା ।

୨୦୦୨ ରିଲିଜ୍‌ ହୋଇଥିଲା ପଞ୍ଜାବୀ ଗୀତ ‘ମୁଣ୍ଡିଆଁ ତୋ ବଚ୍‌କେ’ । ସେ ସମୟରେ ପ୍ରାୟ ୧୫ଟି ଦେଶରେ ଏହା ଶ୍ରେଷ୍ଠ ୨୦ ଟି ଗୀତ ମଧ୍ୟରେ ସ୍ଥାନ ପାଇଥିଲା । ଇଟାଲି ଏବଂ ବେଲଜିୟମ୍‌ରେ ଏହି ଗୀତଟି ନମ୍ବର ଓ୍ଵାନ୍‌ ଥିବାବେଳେ ଜର୍ମାନୀରେ ଏହା ଦ୍ୱିତୀୟ ସ୍ଥାନରେ ରହିଥିଲା।

୧୯୮୨ରେ ରିଲିଜ୍‌ ହୋଇଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ ଡ଼ିସ୍କୋ ଡ଼୍ୟନ୍ସର । ଏଥିରେ ଥିବା ଆଇ ଆମ୍‌ ଏ ଡ଼ିସ୍କୋ ଡ଼୍ୟନ୍ସର ଗୀତଟି ସାରା ଦେଶରେ ଚହଳ ପକାଇଥିଲା । ରୁଷିୟାର ଏକ ଥିଏଟରରେ ଲୋକମାନେ ଏହାକୁ ଦେଖି ନାଚିବା ଆରମ୍ଭ କରିଥିଲେ । ଏହି ଗୀତଟି ମିଥୁନ ଚକ୍ରବର୍ତ୍ତୀଙ୍କୁ ସାରା ଦେଶରେ ପରିଚିତ କରାଇଥିଲା । ସବୁଠାରୁ ମଜା କଥା ହେଲା, ତତ୍କାଳୀନ ରୁଷ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେବ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ରାଜୀବ ଗାନ୍ଧୀ, ଅମିତାଭ ବଚ୍ଚନଙ୍କୁ ଭାରତର ସୁପରଷ୍ଟାର ବୋଲି ପରିଚୟ କରାଇଥିଲେ । ଏହା ଶୁଣି ମିଖାଇଲ୍‌ ଗୋର୍ବାଚୋଭ୍‌ କହିଥିଲେ, ମୋ ସ୍ତ୍ରୀ କେବଳ ରାଜ୍‌ କପୁରଙ୍କୁ ଏବଂ ମୋ ଝିଅ କେବଳ ମିଥୁନ ଚକ୍ରବର୍ତ୍ତୀଙ୍କୁ ଜାଣିଛନ୍ତି ।

କିଛି ଗୀତ ମନରୁ ଲିଭି ନଥାଏ । ସେହି ଭଳି ଗୋଟେ ଗୀତ ହେଲା ଦଲେର ମେହେନ୍ଦିଙ୍କର ଟୁନାକ୍‌ ଟୁନାକ୍‌ ଟୁନ । ଏହି ଗୀତଟି ୧୯୯୮ରେ ରିଲିିଜ୍‌ ହୋଇଥିବା ବେଳେ ଏବେ ପଯ୍ୟର୍ନ୍ତ ମଧ୍ୟ ଲୋକ ମନେ ରଖିଛନ୍ତି । ୧୭ତମ ସଂଘାଇ ଫିଲ୍ମ ଫେଷ୍ଟିଭାଲରେ ମାର୍ସିଆଲ୍‌ ଆର୍ଟ ଏକ୍ସପର୍ଟ ଏବଂ ମେଗାଷ୍ଟାର ଜ୍ୟାକି ଚାନ୍‌ ଏହି ଗୀତରେ ନାଚିଥିଲେ ।

ଶ୍ରୀ ୪୨୦ ଫିଲ୍ମର ଏହି ଗୀତଟି ସାରା ଭାରତରେ ଲୋକପ୍ରିୟତା ହାସଲ କରିଥିଲା । ଭାରତର ପର୍ଯ୍ୟଟକ ମାନେ ଯେତେବେଳେ ଜେରୁଜେଲମ ବୁଲିବାକୁ ଯାଇଥିଲେ ସେଠାରେ ଜଣେ ଦୋକାନୀ ଏହି ଗୀତ ଗାଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୧୯୯୫ରେ ରିଲିଜ୍‌ ହୋଇଥିଲା ଚେନ୍ନାଇର ମେଗାଷ୍ଟାର ରଜନୀକାନ୍ତଙ୍କର ଫିଲ୍ମ ମୁଥୁ । ଏଥିରେ ଥିବା ଓରୁଭନ ଓରୁଭନ ମୁଧଲାଲି ଗୀତଟି ଜାପାନର ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ପରେ ଜାପାନର ଲୋକମାନେ ରଜନିକାନ୍ତଙ୍କୁ ଡ଼୍ୟାନ୍ସିଙ୍ଗ୍‌ ମହାରାଜାର ଟଇଟେଲ ଦେଇଥିଲେ ।

ଆଜିକାଲି ଲୋକମାନେ ଫାଷ୍ଟ୍‍ ମ୍ୟଜିକ୍‌କୁ ପସନ୍ଦ କରୁଥିବା ବେଳେ, ସ୍ଲୋ ବିଟ୍‌ରେ ଥିବା ଏହି ଗୀତଟି ଲୋକମାନଙ୍କୁ ବହୁତ୍‌ ପସନ୍ଦ ଆସିଥିଲା । ଏହାର ଲିରିକ୍ସ୍‍ ଏବଂ ସାଉଥ୍‌ ସୁପରଷ୍ଟାର୍‌ ଧନୁଷଙ୍କ ଭଏସ୍‌କୁ ଶ୍ରୋତାମାନେ ଖୁବ୍‌ ପ୍ରଶଂସା କରିଥିଲେ । ୨୦୧୨ରେ ସିଏନ୍‌ଏନ୍‌ ଟପ୍‌ ସଙ୍ଗ୍‌ ଭାବେ ଏହାକୁ ମନୋନୀତ କରିଥିଲା ।

ସମ୍ବନ୍ଧିତ ଖବର