ଅନେକ ପରିଶ୍ରମ କରି ଅଟୋ ଖଣ୍ଡେ କରିବା ପରେ ଚାଳକଙ୍କ ଖୁସି ଦେଖି ଭାବବିହ୍ବଳ ହେଲେ ଲୋକେ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଟୋ ଚାଳକ ନୂଆ ଅଟୋ ସହିତ ସେଲଫି ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖି ଲୋକେ ଭାବୁକ ହୋଇଯାଉଛନ୍ତି।

ଭାଇରାଲ ଭିଡିଓ କ୍ଲିପରେ ପ୍ରଥମେ ଜଣେ ଅଟୋ ଚାଳକଙ୍କୁ ଦେଖିବାକୁ ମିଳୁଛି। ଯିଏକି ରାସ୍ତାରେ ତାଙ୍କ ନୂଆଗାଡ଼ିର ସାମ୍ନାରେ ବସିଛନ୍ତି। ଏହାପରେ ବିଭିନ୍ନ ଦିଗରୁ ଗାଡ଼ି ସହିତ ସେ ଖୁସିରେ ହସହସ ମୁହଁରେ ସେଲଫି ନେଉଛନ୍ତି।

 

ଏକ୍ସ ବ୍ୟବହାରକାରୀ ନୀତୁ ଖଣ୍ଡେଲୱାଲ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଖୁବ ପରିଶ୍ରମ ଓ ଆଶ‌ା ନେଇ କିଣାଯାଇଥିବା ଅଟୋ କୌଣସି ମର୍ସିଡିଜ ଠାରୁ କମ ନୁହେଁ। ଭଗବାନ ଏହି ବ୍ୟକ୍ତିଙ୍କୁ ଆର୍ଶୀବାଦ କରନ୍ତୁ। ସେ ସୌଭାଗ୍ୟବାନ ହୁଅନ୍ତୁ।’

ଭିଡିଓ ଦେଖିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଉକ୍ତ ବ୍ୟକ୍ତି ଜଣକ କେତେ ପରିଶ୍ରମ କରି ଏହି ଅଟୋ କିଣିଛନ୍ତି ତାହା ତାଙ୍କ ଫଟୋରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଭଗବାନ କରନ୍ତୁ ସେ ଏହି ଅଟୋ ଜରିଆରେ ଖୁବ ଅର୍ଥ ଉପାର୍ଜନ କରନ୍ତୁ ଆଉ ଖୁସିରେ ରୁହନ୍ତୁ।

 

ସମ୍ବନ୍ଧିତ ଖବର