ବାପାଙ୍କ ଆସିବା ଜାଣି ପୁଅଟି ଶୋଇ ପଡୁଥିବା ବେଳେ ଦେଖନ୍ତୁ କିପରି ଧାଇଁ ଯାଇ ସେବା କରୁଛି କୁନି ଝିଅ

ନୂଆଦିଲ୍ଲୀ: କନ୍ୟାଙ୍କୁ ଘରର ଲକ୍ଷ୍ମୀ ମନାଯାଏ। କନ୍ୟା ସନ୍ତାନଟିଏ ଜନ୍ମନେଲେ ଅନେକ ଲୋକ ଅଣଦେଖା କରୁଥିବା ବେଳେ କିଛି ଲୋକ ଅଛନ୍ତି ବଡ଼ ଧୁମ୍‌ଧାମ୍‌ରେ ସ୍ବାଗତ କରିଥାନ୍ତି। ତେବେ ଆପଣ ଏକଥା ବି ଜାଣନ୍ତି ଯେ ବାପ-ଝିଅର ସଂପର୍କ ଏ ଦୁନିଆର ସବୁଠାରୁ ଭଲ ସଂପର୍କ। ଜଣେ ବାପା ତା’ ଝିଅକୁ ବା ଜଣେ ଝିଅ ତା’ ବାପାକୁ ଯେତିକି ଭଲପାଏ ତାହା ହୁଏତ ସଂସାରର ସବୁ ଭଲପାଇବା ଆଗରେ ତୁଚ୍ଛ। ଝିଅମାନେ ନିଜ ବାପାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେହିଭଳି ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବୁ। ଯେଉଁଥିରେ ଏକ କୁନି ଝିଅ ନିଜ ବାପାଙ୍କ ପାଇଁ କରୁଥିବା ଛୋଟ ଛୋଟ କାମ ସବୁକୁ ଦେଖିବାକୁ ମିଳିଛି।

 

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ୨ ଜଣ ଛୋଟ ପିଲା ଖଟରେ ବସିଛନ୍ତି। ଏହା ମଧ୍ୟରେ ସେମାନଙ୍କ ବାପା ଆସୁଛନ୍ତି। ବାବା ଆସୁଥିବା କଥା ଜାଣି ପୁଅଟି କମ୍ବଳ ଘୋଡ଼େଇ ହୋଇ ଶୋଇପଡୁଛି ଓ ଝିଅଟି ଦୌଡ଼ିକି ନିଜ ବାପାଙ୍କ ପାଖକୁ ପଳାଇ ଆସୁଛି। କେବଳ ସେତିକି ନୁହେଁ, କୁନି ଝିଅଟି ବାଲ୍‌ଟିରେ ରଖା ଯାଇଥିବା ପାଣି ପାଖରେ ପହଞ୍ଚୁଛି ଓ ହାତରେ ମଗ୍‌ ଧରି ବାପାଙ୍କୁ ଧୋଇ ହେବାକୁ ପାଣି ବଢ଼େଇ ଦଉଛି। ଆସନ ବିଛେଇ ଦଉଛି ଓ ଥାଳିରେ ଖାଦ୍ୟ ବି ନେଇଛି ଆସୁଛି। ତାପରେ ସେ ବାପାଙ୍କ କୋଳରେ ବସି ଖାଦ୍ୟ ବି ଖାଉଛି।

ସମ୍ବନ୍ଧିତ ଖବର