ବଜାରରେ ନୂଆ ଫିଚର୍‌ ସହ ରେଞ୍ଜ୍‌ ରୋଭର୍‌ ଅଟୋବାୟୋଗ୍ରାଫି

ରେଞ୍ଜ୍‌ ରୋଭର୍‌ର ପ୍ରିମିୟମ୍‌ କାର୍‌ ଅଟୋବାୟୋଗ୍ରାଫି ନୂଆ ଫିଚର୍‌ ସହ ବଜାରକୁ ଆସିଛି। ଗାଡ଼ିର ମୂଲ୍ୟ ୩.୨୮ କୋଟି ଟଙ୍କା (ଏକ୍ସ ଶୋ’ରୁମ୍‌)। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୩୪ କି.ମି.। ଏଥିରେ ୨୯୯୭ ସିସିର ଇଞ୍ଜିନ୍‌ ରହିଥିବା ବେଳେ ଏହାର ଓଜନ ୩୩୯୦ କେଜି ରହିଛି। ଡିଜେଲ୍‌ ଚାଳିତ ଅଟୋବାୟୋଗ୍ରାଫିରେ ୬ଟି ସିଲିଣ୍ଡର୍‌, ଅଲ୍‌ ହ୍ବିଲ୍‌ ଷ୍ଟିଅରିଂ, ହେଡ୍‌ ଅପ୍‌ ଡିସ୍‌ପ୍ଲେ, ୩୩.୨୭ ସେମି ଟଚ୍‌ ସ୍କ୍ରିନ୍‌, ଓୟାର୍‌ଲେସ୍‌ ଡିଭାଇସ୍‌ ଚାର୍ଜିଂ, ମେରିଡିଆନ୍‌ ଥ୍ରିଡି ସରାଉଣ୍ଡ୍‌ ସାଉଣ୍ଡ୍‌ ସିଷ୍ଟମ୍‌, ଫୋର୍‌ ଜୋନ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ୍‌, ଓଭର୍‌ ସ୍ପିଡ୍‌ ୱାର୍ଣ୍ଣିଂ ଇତ୍ୟାଦି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହାର ମାଇଲେଜ୍‌ ଲିଟର ପ୍ରତି ୧୨.୮୨ କିମି ଏବଂ ତେଲ ଟାଙ୍କି ଧାରଣ କ୍ଷମତା ୧୦୦ ଲିଟର୍‌। ଗାଡ଼ିଟିରେ ୫ଟି ଡୋର୍‌ ରହିଛି ଏବଂ ଏଥିରେ ୭ଜଣ ଲୋକ ବସିପାରିବେ। ଅଟୋବାୟୋଗ୍ରାଫି ସାଣ୍ଟୋରିନି ବ୍ଲାକ୍‌, ପୋର୍ଟୋଫିନୋ ବ୍ଲୁ, ବେଲ୍‌ଗ୍ରିଭିଆ ଗ୍ରିନ୍‌, ଆଇଗର୍‌ ଗ୍ରେ, ଲାନ୍‌ଟାଓ ବ୍ରୋଞ୍ଜ୍‌, ଫ୍ୟୁଜି ହ୍ବାଇଟ୍‌ ଓ ହାକୁବା ସିଲ୍‌ଭର୍‌ ପରି ୭ଟି ରଙ୍ଗରେ ଉପଲବ୍ଧ। ଏହାର ହ୍ବିଲ୍‌ ବେସ୍‌ ୩୧୯୭ ଏମ୍‌ଏମ୍‌ ରହିଛି, ଯାହାକି ଗ୍ରାହକମାନଙ୍କୁ ଡ୍ରାଇଭିଂ ବେଳେ ଆରାମଦାୟକ ଅନୁଭୂତି ଦେବ ବୋଲି କମ୍ପାନି ଦାବି କରିଛି।

ସମ୍ବନ୍ଧିତ ଖବର