ଏସିଆ କପ୍ : ଆଫଗାନିସ୍ତାନ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଲା ବାଲାଂଦେଶ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ଏକ ଲିଗ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୧୨୮ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳର ବ୍ୟାଟ୍ସମ୍ୟାନମାନେ ଆଫଗାନ ବୋଲରଙ୍କ ଭଲ ଭାବରେ ସାମନା କରିପାରିନଥିଲେ । ଏପରିକି ଦଳ ମାତ୍ର ୨୮ରନରେ ୪ଟି ଓ୍ବିକେଟ ହରାଇଥିଲା । ଦଳର ସ୍କୋର ୫୫ ରନ ହେବାବେଳକୁ ଦଳ ୫ମ ଓ୍ବିକେଟ୍ ହରାଇଥିଲା । ତେବେ ବାଂଲାଦେଶ ଦଳର କିଛି ମଧ୍ୟଭାଗ ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନ କ୍ରିଜରେ କିଛି ସମୟ ତିଷ୍ଠିବାକୁ ସକ୍ଷମ ହୋଇଥିଲେ ଓ ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ମୋସାଦେକ୍ ହୁସେନ ୪୮ ରନ କରି ଅପରାଜିତ ରହିଥିବାବେଳେ ମହମ୍ମଦୁଲ୍ଲା ୨୫ ରନ କରିଥିଲେ । ଦଲ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ବିକେଟ ହରାଇ ୧୨୭ ରନ କରିଥିଲା । ଆଫଗାନିସ୍ତାନ ଦଳ ପକ୍ଷରୁ ରସିଦ ଖାଁ ଓ ମୁଜିବୁର ରେହେମାନ ୩ଟି ଓ୍ବିକେଟ୍ ନେଇଥିଲେ ।

ଆଫଗାନିସ୍ତାନ ଦଳ ନିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା । ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଭାରତୀୟ ଦଳ ନିଜର ୨ୟ ମ୍ୟାଚ ହଂକଂ ବିରୋଧରେ ଖେଳିବ ।

 

 

 

ସମ୍ବନ୍ଧିତ ଖବର