ବିସିସିଆଇ ଜୋନାଲ୍‌ ଏକାଡେମିରେ ପୂର୍ଣ୍ଣେନ୍ଦୁ

କଟକ: ଭଦୋଦରାସ୍ଥିତ ରିଲାଏନ୍ସ ଆନ୍ତର୍ଜାତିକ ଷ୍ଟାଡିୟମରେ ବିସିସିଆଇର ୧୯ ବର୍ଷରୁ କମ୍‌ ପଶ୍ଚିମାଞ୍ଚଳ କ୍ରିକେଟ୍‌ ଶିବିର ଆରମ୍ଭ ହେବ। ଏହି ଶିବିରରେ ଓଡ଼ିଶାର ଏକମାତ୍ର ବିସିସିଆଇ ସ୍ୱୀକୃତିପ୍ରାପ୍ତ ଟ୍ରେନର ଭଦ୍ରକର ପୂର୍ଣ୍ଣେନ୍ଦୁ ଜେନା ଯୋଗଦେବେ। ଲଗାତାର ପଞ୍ଚମ ଥର ପାଇଁ ପୂର୍ଣ୍ଣେନ୍ଦୁ ବିସିସିଆଇର କୌଣସି ଶିବିର ପାଇଁ ମନୋନୀତ ହୋଇଛନ୍ତି। ଏହି ଶିବିର ଚଳିତ ମାସ ୨୩ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ଣ୍ଣେନ୍ଦୁଙ୍କ ବ୍ୟତୀତ ସୁରେନ୍ଦ୍ର ଭାବେ ବ୍ୟାଟିଂ ପ୍ରଶିକ୍ଷକ, ସଂଜୀବ ଶର୍ମା ଦ୍ରୁତ ବୋଲିଂ ପ୍ରଶିକ୍ଷକ, ରାଜୀବ ଦତ୍ତ ସ୍ପିନ ବୋଲିଂ ପ୍ରଶିକ୍ଷକ, ଟି ଦିଲ୍ଲୀପ୍‌ କ୍ଷେତ୍ରରକ୍ଷଣ ଓ ଓ୍ଵିକେଟ୍‌ ରକ୍ଷକ ପ୍ରଶିକ୍ଷକ, ରାକେଶ ଗୋହିଲ ଟ୍ରେନର, ଡାନି ପେରେଇରା ଓ ଅଭିଷେକ ଅଶୋକ ସାଓ୍ଵନ୍ତ ଫିଜିଓ ଏବଂ ବିକାଶ ନାଏକଓ୍ଵାଡେ ଭିଡିଓ ଆନାଲିସିସ୍‌ ଭାବେ ଶିବିରରେ ଯୋଗଦେଉଛନ୍ତି।

ସମ୍ବନ୍ଧିତ ଖବର